Photo1 For The News Of Mandira Pratistha

ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପଂଚ ଦିବସ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମା’ କନକ ଦୁର୍ଗା ପୁଷ୍କରିଣୀରୁ ୧୦୮ କଳସ ଯଥା ରୀତିନୀତି ଅନୁଯାଇ ଘଟଉତ୍ତୋଳନ ପରେ ଗ୍ରାମ ପରିକ୍ରମା କରାଯାଇ ପୂଜା ମଣ୍ଡପକୁ ଅଣା ଯାଇଥିଲା । ପୂଜକ ବିଷ୍ଣୁମୋହନ ପଣ୍ଡା, ପୀତବାସ ଶତପଥି, ବଳରାମ ଶତପଥି, ପିତାମ୍ବର ମିଶ୍ର, ମାଧବାନନ୍ଦ ପଣ୍ଡା, ଭରତ ଚରଣ ପଣ୍ଡା, ପିତାମ୍ବର ପଣ୍ଡା, ପ୍ରଭାତ ପାଢ଼ୀ, ପ୍ରମୁଖ ଜଗନ୍ନାଥ ପଞ୍ଚରାତ୍ର ପୂଜା, ଗୋପୂଜା, କାୟାଶୁଦ୍ଧି, ସୂର୍ଯ୍ୟପୂଜା, ଦଧିନିୟତି ପୂଜା, ସୁଦର୍ଶନ ଚକ୍ରପୂଜା, ପାର୍ଶ୍ୱ ଦେବାଦେବୀ ପୂଜା, ଚଣ୍ଡୀପାଠ, ଗୀତାପାଠ, ହୋମପୂଜା ସମେତ ପ୍ରମୁଖ ପଞ୍ଚ ଦିବସିୟ ପୂଜା କାର୍ଯ୍ୟ କୁ ସମ୍ପାଦନ କରିଥିବା ବେଳେ କର୍ତ୍ତା ଖଗେଶ୍ୱର ମିଶ୍ର, ଅର୍ଣ୍ଣପୂର୍ଣ୍ଣା ମିଶ୍ର, ଦିବାକର ମିଶ୍ର, ଫୁଲମଣି ମିଶ୍ର କାର୍ଯ୍ୟ ତୁଲାଇ ଥିଲେ । ଶୁକ୍ରବାର ଦିନ ଆଖପାଖ ଗ୍ରାମର ହଜାର ହଜାର ଭକ୍ତ ପୂର୍ଣ୍ଣାହୁତି କାର୍ଯ୍ୟରେ ଯୋଗଦେଇ ପ୍ରଭୁକୃପା ଆଶିଷ ଲାଭ କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ଓ ପ୍ରାକ୍ତନ ମନ୍ତୀ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ସୁବାସ ନାୟକ, କପିଳା ସୂତାର, ବିଦ୍ୟାଧର ନାୟକ, ପଦ୍ମନାଭ ନାୟକ, ନାରଣ ଧଳ, ଗୟାଧର ପୃଷ୍ଟି, ଜଗନ୍ନାଥ ସାହୁ, ବନମାଳୀ ସାହୁ, ଗତିକୃଷ୍ଣ ପଣ୍ଡା, ଦୁର୍ଗା ରାଉତ, ମହନ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ଜୟଦେବ ପଣ୍ଡା, ବାସୁଦେବ ପଣ୍ଡା, ହୃଷୀ ନାୟକ, ସମେତ ସମସ୍ତ କନ୍ତିଆ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Photo2 For The News Of Mandira Pratistha