Onn 3

ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବାର୍ଷିକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୀତ

State

ବାରିପଦା: ସ୍ଥାନୀୟ ଭଂଜପୁର ସ୍ଥିତ ଦୁର୍ଗା ମଣ୍ଡପରେ ଚଳିତ ବର୍ଷ ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଜ୍ଞାନେନ୍ଦ୍ର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଦର୍ପ ନାରାୟଣ ପାଲ, ଉପଦେଷ୍ଟା ସିଦ୍ଧେଶ୍ୱର ପାଣିଗ୍ରାହୀ, ସରୋଜ ଦାସ, ପ୍ରିୟନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଏବର୍ଷ ପୂଜା ଓ ମେଳାକୁ ସଫଳ କରିବା ପାଇଁ ଉପଦେଶ ଦେଇଥିଲେ I ଗତ ବର୍ଷର ଆୟବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଯାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା I 71 ତମ ପୂଜା ତଥା 29 ତମ ମେଳା ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ I

ପୂଜା କମିଟି ଅଧ୍ୟକ୍ଷ ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମେଳା କମିଟି ଅଧ୍ୟକ୍ଷ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ସମ୍ପାଦକ (ପୂଜା ) କଳିଙ୍ଗ କେଶରୀ ଜେନା ଓ ଦିନେଶ ସାହୁ, ସମ୍ପାଦକ ( ମେଳା ) ପ୍ରସନ୍ନଜିତ ମହାନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ମାନସ ମହାନ୍ତି ଓ ପ୍ରିତମ ପଣ୍ଡା, ସମ୍ପାଦକ ( ଷ୍ଟଲ ) ସପନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ସୁବ୍ରତ କୁମାର ଦାସ ଏବଂ ସଭ୍ୟ ଦେୟ ସଂଗ୍ରହ ଦାୟିତ୍ୱରେ ମନୋଜ ମହାନ୍ତି ପ୍ରମୁଖ ସର୍ବସମ୍ମତ୍ତି କ୍ରମେ ମନୋନୀତ ହୋଇଛନ୍ତି I ସଭା ଶେଷ ପର୍ଯ୍ୟIୟରେ ପୂଜା କମିଟି ଅଧ୍ୟକ୍ଷ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମାରାଣ୍ଡି ଉପସ୍ଥିତ ରହି ଏବର୍ଷ ପୂଜା ଓ ମେଳାକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ I ଏହି ସଭାରେ 150 ଜଣ ଉପସ୍ଥିତ ଥିଲେ ବୋଲି ମିଡ଼ିଆ ସମ୍ପାଦକ ସୋମନାଥ ସିଂହ ଜଣାଇଛନ୍ତି I