Onn 3

ସଙ୍ଘବଦ୍ଧ ଆକ୍ରମଣ, ଦୁଇ ଗୁରୁତର

Crime State

ଆଗରପଡ଼ା: ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ପଂଚାୟତ ରାଣିପୁର ଗ୍ରାମରେ ଜମିବାଡ଼ି ଚଂଚକତା ଘଟଣାକୁ ନେଇ ସଙ୍ଘବଦ୍ଧ ଆକ୍ରମଣରେ ବାପପୁଅ ଗୁରୁତର ଭାବେ ଆହତ ହୋଇ ବର୍ତ୍ତମାନ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ହେଉଥିବାର ଜଣାପଡ଼ିଛି । ଏ ସଂପର୍କରେ ଥାନା କେସ ନଂ ୧୬୩ ଓ ୧୬୪ରେ ଦୁଇଟି ମାମଲା ରୁଜ୍ଜୁକରି ପୋଲିସ ତଦନ୍ତ ଜାରୀ ରଖିଛି । ଖବର ଲେଖା ହେବା ବେଳକୁ ଏହି ଘଟଣାରେ କେହି ଗିରଫ ହୋଇ ନଥିଲେ । ଏହି ଗ୍ରାମର ଶାନ୍ତିଲତା ନାୟକ କରିଥିବା ଅଭିଯୋଗ ରୁ ଜଣାପଡ଼ିଛି , ତାଙ୍କ ଜମିକୁ ଚଂଚକତା କରି ସେହି ଗ୍ରାମର ଦୁଇଜଣ ବ୍ୟକ୍ତି ନିଜ ନାମରେ ରେକର୍ଡ଼ କରି ନେଇଥିବାର ଜାଣି ଶାନ୍ତିଲତା ଥାନାରେ ଅଭିଯୋଗ କରିଥିଲେ ।

ଘଟଣା ସନ୍ଧ୍ୟାରେ ଉଭୟ ପକ୍ଷ ଥାନାରେ ବସି ସମାଧାନ କରିବାରେ ପ୍ରୟାସ କରିଥିଲେ । ସେଦିନ ରାତି ପ୍ରାୟ ୯ଟା ସମୟରେ ଅଭିଯୁକ୍ତମାନେ ଥାନାରୁ ଫେରି ଶାନ୍ତିଲତାଙ୍କ ସ୍ୱାମୀ ଓ ସାନପୁଅକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯଦ୍ୱାରା ତାଙ୍କ ସ୍ୱାମୀ ମୁରଲୀଙ୍କ ମୁଣ୍ଡରେ ଓ ସାନପୁଅଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ଅନୁରୂପ ଭାବେ ରାଜା ନାୟକ ମଧ୍ୟ ପାଲଟା ଅଭିଯୋଗ ଥାନାରେ କରିଛନ୍ତି ।