ଭୁବନେଶ୍ବର/ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ତଦନ୍ତକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଆଇପିସିର ଦଫା ୩୦୪(୨), ୩୪ରେ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ(ଏସଇଇ (ସିଗନାଲ୍) ଇନଚାର୍ଜ), ମହମ୍ମଦ ଅମୀର ଖାନ (ଏସଇଇ ସିଗନାଲ୍ )ଓ ପପୁ କୁମାର (ଟେକନିସିଆନ୍) ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଅଭିଯୁକ୍ତମାନଙ୍କୁ ୨୦୨୩ ଜୁଲାଇ ୭ରେ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେମାନେ ଜୁଡିସିଆଲ୍ କଷ୍ଟୋଡିରେ ଅଛନ୍ତି।
