ପାରାଦୀପ : ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ । ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଛନ୍ତି । ଏଭଳି କିଛି ଘଟଣା ଘଟିଛି ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ। ମତ୍ସ୍ୟଜୀବୀମାନେ ସନ୍ଦିଗ୍ଧ ଯୁବକଙ୍କୁ ନେଇ ପାରାଦୀପ ଆସୁଥିବା ସୂଚନା ମିଳିଛି। ଓମ୍ ନମ୍ଃ ଶିବାୟ ମାଛ ଧରା ବୋଟ୍ ଗତ ସପ୍ତାହ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା।
