Onn 3

ପାଟଣାଗଡ ଟିକପାଲି ଅଞ୍ଚଳରେ ମାଛଧରାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ

Crime State

ପାଟଣାଗଡ: ପାଟଣାଗଡ ଏନଏସି  ଟିକପାଲିର ହୀରାସାଗର ଖଣିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଗତକାଲି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି  । ମୃତକ  ଟିକପାଲିର ଜିତେନ୍ଦ୍ର ଧୂବଳ ବୋଲି ଜଣାପଡିଛି  । ସୂଚନା ଅନୁସାରେ, ଜିତେନ୍ଦ୍ର ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା ରହିଥିଲା । ଗତକାଲି ଟିକପାଲି ଠାରେ ଥିବା ହୀରାସାଗର ପୋଖରୀରେ ଜିତେନ୍ଦ୍ର ମାଛ ଧରୁଥିଲା । ଏହି ସମୟରେ ଉଆଁଷୁ ପୋଢ ମଧ୍ୟ ସେଠାକୁ ମାଛ ଧରିବାକୁ ଆସିଥିଲା ।

ସେଠାରେ ଉଭୟଙ୍କ ମଧ୍ୟରେ ମାଛଧରାକୁ ନେଇ ବଚସା ହୋଇଥିଲା । ପରେ  ବିବାଦ ବଢିବାରୁ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଝଗଡା ହୋଇଥିବା ସୂଚନା ମିଳିଛି । ପରେ ସନ୍ଧ୍ୟାରେ ଜିତେନ୍ଦ୍ର  ଟିକପାଲି ରାସ୍ତାରେ ଏକା ଯାଉଥିବା ସମୟରେ ସେଠାକୁ ଉଆଁଷୁ ପୋଢ ଆସି ଅତର୍କିତ ଭାବେ ଜିତେନ୍ଦ୍ରର ଗଳାକୁ ଟାଙ୍ଗିଆ ସାହାଯ୍ୟରେ ହାଣି ଫେରାର୍ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରର ମୃତ୍ୟୁ ଘଟିଥିଲା ।  ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି  ।