Onn 3

ଶ୍ରୀଅରବିନ୍ଦ ସାଧନାପୀଠରେ ସ୍ୱାଧ୍ୟାୟ ଶିବିର

State

ଆଗରପଡ଼ା: ବନ୍ତ ବ୍ଳକ ଆରଗପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପରିସରରେ ଏକ ସ୍ୱାଧ୍ୟାୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ୱାଧ୍ୟାୟ ଶିବିରରେ ଡ଼ଃ ଗୋଲକ ବିହାରୀ ସାହୁ ଓ ଡ଼ଃ ଶିବ ପ୍ରସାଦ ମୟିକାପ୍ ନିମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇ “ବେଦର ରହସ୍ୟ”ସମ୍ପର୍କରେ ଆଲୋଚନା କରିଥିଲେ । ‘ବେଦ’ର ଉପ୍‌ôତ୍ତି,ସଜ୍ଞା ଓ ବିଶ୍ଳେଷଣ ସହିତ ଏକ ତାତ୍ତ୍ୱି୍ ଓ ସାରଗର୍ଭକ ଆଲୋଚନା ଉପସ୍ଥିତ ମାତୃପ୍ରେମୀଙ୍କୁ ଉଦ୍‌ବୁଧ ଓ ଉତ୍ସାହିତ କରିଥିଲା ।

ଆୟୋଜିତ ଶିବିରରେ ଡ଼ଃ ମଦନ ମୋହନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ନପୂର୍ଣ୍ଣା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ,ବାଲେଶ୍ୱର,ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାରୁ ବହୁ ମାତୃପ୍ରେମୀ ଯୋଗ ଦେଇଥିଲେ । ଏହି ଆନୁଷ୍ଠାନିକ ଉଦ୍ୟମ ପାଇଁ ମେନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡାଙ୍କୁ ଟ୍ରଷ୍ଟ ତଥା ମାତୃପ୍ରେମୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।