Onn 3

ବିପଦସଙ୍କୁଳ ଅବସ୍ଥାରେ ସବ୍‌ଷ୍ଟେସନ

State

ଆଗରପଡ଼ା: ବନ୍ତ ବ୍ଲକ ଆଗରପଡ଼ା ବିଦ୍ୟୁତ୍ ବିଭାଗ ଅଧିନସ୍ଥ ମହାନ୍ତିପଡ଼ା ଗ୍ରାମପଂଚାୟତର ତ୍ରିସାଲିଆ ଗ୍ରାମରେ ୧୦୦କେଭିର ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ଅଛି । ବର୍ତ୍ତମାନ ଏହା ଗୁଳ୍ମ ଘେରରେ ଦଣ୍ଡାୟମାନ ହୋଇଥିବାରୁ ମଣିଷ ଏବଂ ଗାଈ ଗୋରୁଙ୍କ ପାଇଁ ବିପଦ ସାଜିଛି ।

ଉକ୍ତ ସବ୍‌ଷ୍ଟେସନ ଉପରେ ଉକ୍ତ ଗ୍ରାମର ୩ଗୋଟି ସାହିର ପାଖାପାଖି ୫୦୦ରୁ ଉର୍ଦ୍ଧ ଉପଭୋକ୍ତା ନିର୍ଭର କରୁଥିବା ବେଳେ ଉକ୍ତ ରାସ୍ତା ଦେଇ ପିଲାମାନେ ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡ଼ି ଓ ଶିଶୁ ମନ୍ଦିରକୁ ଯିବା ଆସିବା କରନ୍ତି । ସହ ସହ ଯାନବାହାନ ମଧ୍ୟ ଯିବା ଆସିବା କରେ । ତେଣୁ ଉକ୍ତ ସବ୍‌ଷ୍ଟେସନର ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ।