Onn 3

ସରକାରୀ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣକୁ ବିରୋଧ

State

ଆଗରପଡ଼ା:ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଧିନ କୁଆଁଶମଢିଆ ରାସ୍ତା ଓ ଯୁବକସଂଘ ଗୃହ ପାଇଁ ଉଦ୍ଧିଷ୍ଟ ସରକାରୀ ଜାଗାକୁ ଜବରଦଖଲ କରି ଉକ୍ତ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣକୁ ବିରୋଧ କରି ସ୍ଥାନୀୟ ସରପଂଚ ବିନୋଦିନୀ ମହାନ୍ତି,ସମିତିସଭ୍ୟା ପଦ୍ମାବତୀ ନାଥ ଶର୍ମା,ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,କାହ୍ନୁଚରଣ ଦାସ,ଯୁବନେତା ଦୀପକ ମହାନ୍ତି ପ୍ରମୁଖଙ୍କ ସମତେ ଶତାଧିକ ଗ୍ରାମବାସୀ ତହସିଲଦାର,ବନ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଖାତା ନଂ ୨୮୩,ପ୍ଲଟ ନଂ୧୯୨ରେଥିବା ୧୩ଡ଼ିସିମିଲ ଜମି ଓ ଖାତା ନଂ ୨୮୪,ପ୍ଲଟ ନଂ ୧୯୪ରେ ଥିବା ୨୭ଡ଼ିସିମିଲ ଜମି ଯୁବକ ସଂଘ ପାଇଁ ଉଦ୍ଦିଷ୍ଟ ଥିବା ବେଳେ କିଛି ବ୍ୟକ୍ତି ଏହାକୁ ନିଜ ଦଖଲକୁ ନେଇ ସରକାରୀ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରୁଛନ୍ତି । ଯାହା ଦ୍ୱାରା ଲୋକେ ସ୍ଥିତିବାନ ଜମି ଓ ନଦୀକୁ ଯାଆଆସ କରିବା ସହ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ପଂଚାୟତର ସ୍ୱାର୍ଥକୁ ଆଖିଆଗରେ ରଖି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।