Onn 3

ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଗ୍ରାଣ୍ଡ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ

State

ଭୁବନେଶ୍ୱର: ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମନ୍ଦିର। ବିଦେଶରେ ଆହୁରି ପରିବ୍ୟାପ୍ତ ହେବ ଜଗନ୍ନାଥ ସଂସ୍କୃତି। ସିଲିକନ୍ ଭ୍ୟାଲିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ ଓ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା କରାଯିବ। ବିଶ୍ୱର ଆଇଟି ହବ ଭାବେ ପରିଚିତ ସପ୍ଟଓୟାର ସିଟି ସିଲିକନ୍ ଭ୍ୟାଲିରେ ୯ ଏକର ପରିମିତ ସ୍ଥାନରେ ହେବ ଭବ୍ୟ ନିର୍ମାଣ। ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରତିନିଧି ମଣ୍ଡଳୀ। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଏହି ପ୍ରତିନିଧୀ ଦଳ ସିଲିକନ ଭ୍ୟାଲି ଗସ୍ତ କରିଛନ୍ତି।

ଏହା ଆମେରିକା ଏବଂ ଓଡିଶା ମଧ୍ୟରେ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରତିନିଧିମଣ୍ଡଳୀ ଆଶାବ୍ୟକ୍ତ କରିଛନ୍ତି। ପ୍ରକଳ୍ପକୁ ସଫଳ କରିବାକୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଛି। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ବରେ ଆମେରିକା ଯାଇଥିବା ଟିମରେ ଉନ୍ନୟନ କମିଶନର ଅନୁ ଗର୍ଗ, 5T ସଚିବ ଭି.କେ ପାଣ୍ଡିଆନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ସାମିଲ ଅଛନ୍ତି ।

ଆମେରିକାରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଏଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଟିମର ସଦସ୍ୟମାନେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଓଡ଼ିଶା ଟିମର ସଦସ୍ୟମାନେ କମ୍ପ୍ଲେକ୍ସ ହେବାକୁ ଥିବା ସ୍ଥାନରେ ବୃକ୍ଷ ରୋପଣ କରିଥିଲେ। ସେହିପରି ପ୍ରତିନିଧି ଦଳ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ ଓ କଲଚର ସେଣ୍ଟର ନିର୍ମାଣ କରିବା ପାଇଁ ଯେଉଁ ସ୍ଥାନକୁ ଚିହ୍ନଟ କରାଯାଇଛି ସେଠାକୁ ଯାଇ ବୁଲି ଦେଖିଥିଲେ।