Onn 3

ପି.ପି କଲେଜରେ ସ୍ୱାସ୍ଥ୍ୟ ସେବା ଶିବିର

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ,ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ସାମାଜିକ ସ୍ୱାସ୍ଥ୍ୟ ସଚେତନତା ଉପଲକ୍ଷେ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ଶତପଥୀ ଏହାକୁ ଉଦଘାଟନ କରିଥିଲେ । ଯୁବ ରେଡ଼କ୍ରସର ପରାମର୍ଶଦାତା ଅଧ୍ୟାପକ ପଦ୍ମଲୋଚନ ରାଉତଙ୍କ ତତ୍ତ୍ୱାବଧାନରେ ଉକ୍ତ ସ୍ୱସ୍ଥ୍ୟ ପରୀକ୍ଷା ଶିବିରରେ ଡ଼ାକ୍ତର ସରିତ ସାଗର, ଡ଼ାକ୍ତର ସୁଦିପ୍ତା ପରିଡ଼ା, ଦିପ୍ତୀମୟୀ ଦାସ, ଉଷାରାଣୀ ନାୟକ ପ୍ରମୁଖ ଯୋଗ ଦେଇ +୨ ଓ +୩ ର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ଏହାର ଏକ ସଚେତନତା ସଭାରେ ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ. ଅଲେଖ ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ପରାମର୍ଶଦାତା ଶ୍ରୀ ରାଉତ , ମହିଳା ପରାମର୍ଶଦାତା ଅଧ୍ୟାପିକା ପଦ୍ମପ୍ରଭା ସ୍ୱାଇଁ, ଅଧ୍ୟାପିକା ତାପସୀ କାଣ୍ଡି, ଅଧ୍ୟାପକ ଶିଶିର କୁମାର ସାହୁ, ଅଧ୍ୟାପକ ପୁଷ୍ପଲତା ବେହେରା, ଅଧ୍ୟାପକ ମାମାଲି ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ କିଭଳି ଆବଶ୍ୟକ ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ ପରାମର୍ଶ ଦେଇଥିଲେ ।