Onn 3

ସରକାରୀ ଯୋଜନା ଅପହଂଚ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

State

ଭିନ୍ନକ୍ଷମ ଦମ୍ପତି ଆବାସ ଯୋଜନାରୁ ବଂଚିତ

ଆଗରପଡ଼ା: ସରକାର ଗରିବ ନିସଃହାୟ ଲୋକଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଆବାସ ଯୋଜନା ଏଥିମଧ୍ୟରୁ ଅନ୍ୟତମ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳିତ କାର୍ଯ୍ୟପନ୍ଥା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ନିମଗଢିଆ ଗ୍ରାମର ଭିନ୍ନକ୍ଷମ ଅଭିମନ୍ୟୁଙ୍କ କ୍ଷେତ୍ରରେ । ନିମଗଢିଆ ଗ୍ରାମର ଗରିବ ଅସହାୟ ଭିନ୍ନକ୍ଷମ ଅଭିମନ୍ୟୁ ଯେନା ଯାହାଙ୍କ ସ୍ତ୍ରୀ ମଧ୍ୟ ଜଣେ ଭିନ୍ନକ୍ଷମ । ଉଭୟ ଭିନ୍ନକ୍ଷମ ହୋଇଥିବା ବେଳେ ଅଭିମନ୍ୟୁ କୌଣସି କାମଧନ୍ଦା କରିପାରୁନଥିବାରୁ ୨ନାବାଳକ ପୁଅ ଅର୍ଥାଭାବରୁ ପଢାପଢି ମଧ୍ୟ କରିପାରୁନାହାନ୍ତି ।

ଦିନକୁଦିନ ବିଭିନ୍ନ ପ୍ରକାର ରୋଗ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଅର୍ଥାଭାବରୁ ଚିକିତ୍ସିତ ମଧ୍ୟ ହୋଇପାରୁନାହାନ୍ତି । ଏହିପରି ଅବସ୍ଥାରେ ଆର୍ଥିକ ସମ୍ବଳ ନଥିବାରୁ ରହୁଥିବା ଏକ ଛୋଟ ଜାଗାରେ ଥିବା ଭଙ୍ଗା ଦଦରାଘରେ ଜୀବନ ବିତାଇବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ସମ୍ପାଦନା କରୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରି ମଧ୍ୟ ସେ ଏଥିରୁ ବଂଚିତ । ତେଣୁ ତାଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଏକ ଆବାସ ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।