Fire 1714379273

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ, ୪ ଅସୁସ୍ଥ

State

ବାରିପଦା : ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ । ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି ।  ଏହି ଅଗ୍ନିକାଣ୍ଡରେ ପ୍ରବଳ ଧୂଆଁ ଯୋଗୁ ୪ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି ।  ଅନ୍ୟପକ୍ଷରେ ବ୍ୟାଙ୍କରେ ବହୁ କର୍ମଚାରୀ ଓ ଗ୍ରାହକ ଫସି ରହିଥିବାର ଆଶଙ୍କା କରାଯାଉଛି ।  ନିଆଁ ଲିଭାଇବା କାର୍ଯ୍ୟରେ ୨ ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।  ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।