Onn 3

ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଭରଚୁଆଲ ଶିଳାନ୍ୟାସ

State

ଆଗରପଡ଼ା: ଆଗରପଡ଼ା ଠାରେ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ଶିଳାନ୍ୟାସ କରିଛନ୍ତି । ବସ୍‌ଷ୍ଟାଣ୍ଡ ସ୍ଥାନୀୟ ଡାଏଟ ନିକଟସ୍ଥ ପୁରୁଷଣ୍ଢ ମୌଜାର ଖାତା ନଂ ୧୫୨୪ ଓ ପ୍ଲଟ ନଂ ୩୧୨ କିସମ ପତିତ ପ୍ରାୟ ଶହେ ଡ଼ିସିମିଲ ପରିମିତ ଜମିରେ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି । ନିର୍ମାଣ ବାବଦରେ ପ୍ରାୟ ଅଢେଇ କୋଟି ଖର୍ଚ୍ଚ ହେବ । ଭଦ୍ରକ,କେଉଁଝର ଓ ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ହୋଇଥିବାରୁ ଏହି ରାସ୍ତା ଦେଇ ବିଭିନ୍ନ ଅଂଚଳକୁ ଯାତ୍ରୀବାହୀ ବସ୍ ଚଳାଚଳ କରିଥାଏ । ମାତ୍ର ଏହିପରି ସ୍ଥଳେ ଏଠାରେ ବସ୍‌ଷ୍ଟାଣ୍ଡ ନଥିବାରୁ ବସ୍‌୍ ଗୁଡ଼ିକ ରାସ୍ତା ଉପରେ ରହୁଥିଲେ ।

ଯଦ୍ୱାରା ଜରୁରୀକାଳୀନ ଗାଡ଼ି ଯିବାଆସିବା କରିବାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ତେଣୁ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡକୁ ଆଗରପଡ଼ାଠାରେ ନିର୍ମାଣ କରିବାକୁ ଶିଳାନ୍ୟାାସ କରିଥିବାରୁ ମୁଖ୍ୟମନ୍ତ୍ରୀ,ବିଧାୟକ ପ୍ରଫୁଲ୍ଲ ସାମଲ,ବିଜେଡ଼ି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ ପ୍ରମୁଖଙ୍କୁ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ,ବ୍ଲକ ଯୁବ ସଭାପତି ସତ୍ୟ ସାଧନ ବେଜ,ଯୁବ ନେତା ସପନ ସିଂହ,ଦୀନକ ମହାନ୍ତି,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।