Onn 3

ସେପ୍ଟେମ୍ବର ୩ରେ ଜେଇ ସିଭିଲ୍ ମେନ୍ ପରୀକ୍ଷା

State

ଭୁବନେଶ୍ବର: ସେପ୍ଟେମ୍ବର ୩ ତାରିଖରେ ଜେଇ ସିଭିଲ୍ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି  । ଏନେଇ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ମୋଟ୍ ୨୦୦ ମାର୍କର ପରୀକ୍ଷା ହେବାକୁ ଥିବାବେଳେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ  । ଗତ ଜୁଲାଇ ୧୬ ତାରିଖରେ ଓଏସଏସସି ପକ୍ଷରୁ ଜେଇ ସିଭିଲ୍ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା  । କିନ୍ତୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଏହାକୁ ବାତିଲ କରାଯାଇଥିଲା  ।

ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୨୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ସେପଟେ ଏହାକୁ ନେଇ ଚାକିରୀ ଆଶାୟୀ ପ୍ରାର୍ଥୀ ମାନେ ଓଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଥିବା ପରୀକ୍ଷାର୍ଥୀଙ୍କୁ ବ୍ୟାନ କରିବାକୁ ଅନ୍ୟ ପରୀକ୍ଷାର୍ଥୀମାନେ ଦାବି କରୁଥିବା ଦେଖିବାକୁ ମିଳିଛି ।