Onn 3

ଗମନାଗମନରେ ବିପଦ ସାଜିଛି ଗର୍ତ୍ତ

State

ଆଗରପଡ଼ା (୧୫/୭): ବନ୍ତରୁ ଆଗରପଡ଼ା ପର୍ଯ୍ୟନ୍ତ ଯାଇଥିବା ୧୪କିମି ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଖାଲଖମା ମାନ ସୃଷ୍ଟି ଗମନାଗମନରେ ବିପଦ ସୃଷ୍ଟି କରୁଛି । ଉକ୍ତ ରାସ୍ତାର ଆଡ଼ିଆ ଠାରୁ ବନ୍ତ ପର୍ଯ୍ୟନ୍ତ ୭କିମି ରାସ୍ତା ଦୁଇବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ରାସ୍ତାରେ ପଡ଼ିଥିବା ହୋମ ପାଇପ ରେ ଗାତ ସହ ରାସ୍ତା ଗୁଡ଼ିକ ଖାଲ ଖମାରେ ପରିଣତ ହୋଇଛି । ବିଶେଷ କରି ରାସ୍ତାରେ ପଡ଼ିଥିବା ପିଚୁ ଉଠିବାକୁ ଲାଗିଛି । ଉକ୍ତ ରାସ୍ତା ର ପାନପଦୀ ଛକ ଠାରେ ଜଳନିଷ୍କାସନର ବ୍ୟବସ୍ଥା ନଥିବାରୁ ରାସ୍ତାରେ ପାଣି ଯାଇ ପିଚୁ ରାସ୍ତାରେ ଏକ ଗାତ ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଦେଇ ଅଡ଼ାଳପଙ୍କ ,ଟାଇଗୁଣା, ପାନପଦୀ ,ସଂସ୍କୃତ ମହାବିଦ୍ୟାଳୟ ଆଦି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନେ ସମସ୍ୟାରେ ପଡ଼ୁଛନ୍ତି । ଏହା ଏହି ଅଂଚଳପାଇଁ ମୁଖ୍ୟ ରାସ୍ତା ହୋଇଥିବାରୁ , ଏହା ଏକ ପକ୍ଷରେ ବନ୍ତ ବ୍ଲକ୍‌ର ସଦର ମହକୁମା ଓ କେନ୍ଦୁଆପଦାର ୩୫ ନଂ ରାଜ୍ୟ ରାଜପଥକୁ କୁ ସଂଯୋଗ କରିଛି ।

ଏହାର ଅନ୍ୟପକ୍ଷ କେନ୍ଦୁଝର ଜିଲାର ସୋସୋ ,ବାଲେଶ୍ୱର ଜିଲାର କୁପାରୀ ,ଖଇରା ଓ ସୋରକୁ ସଂଯୋଗ କରିଛି । ଫଳରେ ଏହି ରାସ୍ତା ତିନି ଜିଲା କୁ ସଂଯୋଗ କରିଥିବାରୁ ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ପ୍ରତିଦିନ ଉକ୍ତ ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ ଗମନ କରନ୍ତି । ଏହିରାସ୍ତା ଦେଇ କୁପାରୀ ଓ ଅଢ଼ାଳପଙ୍କରୁ ଦୁଇଗୋଟି ବସ୍ କଟକ,ଭୁବନେଶ୍ୱର ,ଭଦ୍ରକ ଆଦିକୁ ଦୈନଦିନ ଗମନାଗମନ କରୁଛି । ଉକ୍ତ ରାସ୍ତାରେ ପ୍ରତିଦିଦ ଓଭର ଲୋଡ଼ିଂ ବାଲିଗାଡ଼ି ଯାଇ ରାସ୍ତାର ଅବସ୍ଥାକୁ ଖରାପ କରୁଛି । ଆଡ଼ିଆଠାରୁ ନୂଆପୋଖରୀ ପଯ୍ୟନ୍ତ ରାସ୍ତାରେ ଅସଂଖ୍ୟ ଖାଲ ସୃଷ୍ଟି ହୋଇଛି । ନିର୍ମାଣ ହୋଇଥିବା ରାସ୍ତାର ମରାମତି ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଠିକାଦାର ରାସ୍ତାର ମରାମତି କରିବାର ନା ନେଉନି । ଫଳରେ ଦିନକୁ ଦିନ ରାସ୍ତାର ଅବସ୍ଥା ସଂଗୀନ ହେଉଛି । ଏହି ରାସ୍ତାର ଉଭୟ ପାଣ୍ୱର୍ରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂସ୍କୃତ ବିଦ୍ୟାଳୟ ,ବ୍ୟାଙ୍କ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ପୋଷ୍ଠ ଅଫିସ, ସହ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ବିଭାଗ ଥିବାରୁ ପ୍ରାୟ ସବୁସମୟରେ ଶତାଧିକ ଯାନବାହାନ ଶହ ଶତାଧିକ ଯାତ୍ରୀ ମାନେ ବାଇକ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟତ କରୁଛନ୍ତି ।ଉକ୍ତ ରାସ୍ତାର ଗୁରୁତ୍ୱ କୁ ଉପଲବ୍ଧ କରି ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ମରାମତି କରିବା ସହ ରାସ୍ତାର ସଂପ୍ରସାରଣ ପାଇଁ ସର୍ବସାଧାରଣ ଙ୍କ ତରଫରୁ ଦାବି ହେଉଛି ।