Onn 3

ବାର ବର୍ଷ ପରେ ଗାଁକୁ ଫେରିଲା ପୁତ୍ର

State

ଆଗରପଡ଼ା (୧୫/୭) :ମାସେ କି ବର୍ଷେ ନୁହେଁ ଦୀର୍ଘ ବାର ବର୍ଷ ପରେ ବନ୍ତ ବ୍ଳକ ଟିଲୋ ପଂଚାୟତ ତରାପୁର ଗ୍ରାମର ବାସୁଦେବ ଯେନାଙ୍କ ପୁତ୍ର ଗଜେନ୍ଦ୍ର ନିଜର ଘରକୁ ଫେରିଛନ୍ତି ।ଏହାକୁ ନେଇ ତାଙ୍କର ପରିବାର ସହ ଗ୍ରାମ ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ବାରବର୍ଷ ପୂର୍ବେ ଗଜେନ୍ଦ୍ର କୈାଣସି କାରଣ ରୁ ନିଜ ଗୃହକୁ ଛାଡ଼ି କେଉଁ ସ୍ଥାନକୁ ପଳାଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ତାର ପତ୍ତା ମିଳିନଥିବାରୁ ନିଜର ଭାଗ୍ୟକୁ ଆଦରି ପିତାମାତା ରହିଥିଲେ ।

ପୁତ୍ର ବିଭିନ୍ନ ସ୍ଥାନରେ ରହି ପରେ ବେଙ୍ଗାଲୁର ରେ ଏକ କଂପାନୀରେ କାର୍ଯ୍ୟକରୁଥିଲେ । ଦୀର୍ଘ ବର୍ଷ ପରେ ପିତା ମାତାଙ୍କ କଥା ମନେପଡ଼ିବାରୁ ସେ ଗ୍ରାମକୁ ଫେରିଥିଲେ । ତାଙ୍କ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଚିହ୍ନି ତାଙ୍କୁ ଗୃହକୁ ନେଇଥିଲେ । ବହୁବର୍ଷପରେ ଅଫେରାପୁତ୍ରକୁ ପାଇ ପିତାମାତା ଓ ପରିବାର ସଦସ୍ୟ ମାନେ ଖୁସିରେ ଆତ୍ମହରା ହୋଇଥିବା ବେଳେ ଗ୍ରାମବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବାର ଦେଖାଯାଇଥିଲା ।