Defult onn2

ଅବସରକାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା (୧୫/୭) :ବନ୍ତ ବ୍ଳକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଗୋପିନାଥପୁର ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସାହୁପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦାୟୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ,ରବିନ୍ଦ୍ର ଖଟୁଆ,ଭଗବାନ ଚରଣ ବିଶ୍ୱାଳ,ନାରାୟଣ ପତି,ଆନନ୍ଦ ଚନ୍ଦ୍ର ରାଉତ,ଗୋବିନ୍ଦ ଚନ୍ଦ୍ର ରାଉତ,ସନାତନ ଦାସ,ଭାଗିରଥୀ ସେଠୀ,ସନାତନ ସେଠୀ,ଶତୃଘ୍ନ ସାହୁ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ମୁଖ୍ୟ ବକ୍ତା ହରିହର ପାଣିଗ୍ରାହୀ,ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଂଚ ସବିତା ରାଣୀ ନାୟକ,ନାଏବ ସରପଂଚ ରାଜେନ୍ଦ୍ର ବେହେରା,ସହ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ,ଉପେନ୍ଦ୍ର ବିଶ୍ୱାଳ,ଯୁଧିଷ୍ଟିର ବାରିକ,ଗୋଲାପ ମଂଜରୀ ନାୟକ,ରତ୍ନାକର ନାୟକ,ହରେକୃଷ୍ଣ ସାହୁ,ପ୍ରଫୁଲ୍ଲ ଚନ୍ଦ୍ର ଜେନା, ଗୋପିନାଥପୁର ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ବିକ୍ରମକେଶରୀ ପାଳ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରଜନୀ ଦାସଙ୍କ ସଭାପତିତ୍ୱରେ ସଭା ପରିଚାଳନା କରାଯାଇଥିଲା । ଉକ୍ତ ସଭାକୁ ସାହୁପଡ଼ା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଗୋପବନ୍ଧୁ ଜେନା ଓ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।