Onn 3

ୟୁନିଫର୍ମ ସିଭିଲ କୋଡ଼ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

State
ବାରିପଦା (୧୨/୦୭) :  ମିଳିତ ଆଦିବାସୀ ମଞ୍ଚର ଆହ୍ୱାନ କ୍ରମେ ବିଭିନ୍ନ ଆଦିବାସୀ ସମାଜ ଏକଜୁଟ ହୋଇ ୟୁନିଫର୍ମ ସିଭିଲ କୋଡ଼ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବାରିପଦା ଷ୍ଟେସନ ବଜାର ଏଥେଲେଟିକ ପଡ଼ିଆରୁ ଏକ ଶୋଭାଯାତ୍ରା ବାହାରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ |  Uniform Civil Code (UCC) ଲାଗୁ ହେଲେ ଆଦିବାସୀ ସଂସ୍କୃତି, ପରମ୍ପରା, ସାରନା ଧର୍ମ ଓ ପ୍ରଥଗତ ଆଇନ କାନୁନ ବାଧାପ୍ରାପ୍ତ ହେବ. ଏଣୁ ୟୁସିସି କୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ସେକ୍ରେଟାରୀ ଲୋ କମିସନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଏହାପରେ ବାରିପଦା ସହିଦ ସ୍ମୃତି ଭଵନ ଠାରେ ଏକ ଆଲଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଦଳୀତ ଆଦିବାସୀ ମହାସଂଘ ସଭାପତି ରାକେଶ ସିଂ ଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୁଳିଅଣା ବ୍ଲକର ପୂର୍ବତନ ଚେୟାରମେନ କୃଷ୍ଣଚନ୍ଦ୍ର ନାୟକ, ସରପଞ୍ଚ ଥୁମ୍ପୁ ମୁର୍ମୁ, ଶିରିଶ ଟୁଡୁ, ବସନ୍ତ ବିରୁଳି, ନାରାୟଣ ମୁର୍ମୁ, ଅଲ ଇଣ୍ଡିଆ ଆଦିବାସୀ ବୁଦ୍ଧିଜୀବୀ ସଙ୍ଘ ର ଘାସିରାମ ମୁର୍ମୁ, ଅଭିନ୍ନ ନାୟକ, ନିମାଇଁ ମୁର୍ମୁ, ବ୍ରଜମୋହନ ଟୁଡୁ, ଶୁକଦେବ ନାୟକ, ନନ୍ଦଲାଲ ସିଂ, ହରିମୋହନ ବେସ୍ରା, ଆସେକା ସଭାପତି ରକେଟ ମୁର୍ମୁ, ସାମାଖୁଣ୍ଟା ବ୍ଲକର ପୂର୍ବତନ ଚେୟାରମେନ ବିଲକାନ ନାଗ, ପରାନ ହେମ୍ବ୍ରମ, ବିଲକାନ୍ ସିଂ, ଆଲକ ବାସ୍କେ, ଲକ୍ଷ୍ମୀଧର ସିଂ, ଜମାଇ ଗୋଇପାଇ, ସୁକୁଲାଲ ମାରାଣ୍ଡି, ଅର୍ଜୁନ ମୁର୍ମୁ, ମଙ୍ଗଳ ସିଂ ପ୍ରମୁଖ ଯୋଗଦେଇ ଥିଲେ | ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଦାବିପତ୍ର ତତକ୍ଷଣାତ ଲୋ କମିସନ ନିକଟକୁ ପଠେଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।