Mao Shoot Out

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

Crime State

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓତାଣ୍ଡବ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡଭି ନନ୍ଦା ।

ଉଭୟ ଗ୍ରାମବାସୀଙ୍କୁ ପୋଲିସ ସୂଚନାଦାତା ବୋଲି ଆଗରୁ ନକ୍ସଲମାନେ ଘୋଷଣା କରିଥିଲେ ମଧ୍ୟ ଉଭୟେ ନକ୍ସଲମାନଙ୍କ କଥାକୁ ଖାତିର କରିନଥିଲେ । ନକ୍ସଲମାନଙ୍କ ପାମେଡ଼ କ୍ଷେତ୍ର କମିଟି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି ।

ଘଟଣା ସମ୍ପର୍କରେ ଅଧିକ ଛାନବିନ କରୁଛି ସୁକମା ପୋଲିସ । ତଦନ୍ତ ପରେ ସ୍ପଷ୍ଟ ହେବ ପ୍ରକୃତ ଘଟଣା । ସେପଟେ ମାଓବାଦୀଙ୍କ ଏମିତି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଛି ।