Onn 3

ସରକାରଙ୍କ ବିକାଶ କାମ ଦେଖି ବିରୋଧୀଙ୍କ ଟେନସନ ବଢିଯାଇଛି : ରାଜେନ୍ଦ୍ର ଢୋଲକିଆ

Politics State

ଭୁବନେଶ୍ୱର: ଲୋକଙ୍କ ସହ ସିଧାସଳଖ ଯୋଡିହେବ ସିଏମଓ । ଦେଇଥିବା ଅଭିଯୋଗ ଆଧାରରେ କାମ ହେଉଛି କି ନାହିଁ ସେ ବାବଦରେ ଫୋନ୍ କରି ମତାମତ ନେବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କିଛି ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରତିକ୍ରିୟା ରଖିଛନ୍ତି ।

ରାଜେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟ ନୁଆଁ ନୁହେଁ ବର୍ଷେ ପୂର୍ବରୁ ସମସ୍ତ ସାଂସଦ, ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି ଲୋକଙ୍କ ପାଖକୁ ଯାଇ ଯାହା ଲୋକଙ୍କ ସମସ୍ୟା ସମାଧାନ କରନ୍ତୁ ସରକାରଙ୍କୁ ଜଣାନ୍ତୁ । ଆଗରୁ ପ୍ରତି ସୋମବାର ଜିଲ୍ଲାପାଳ ଅଭିଯୋଗ ଶୁଣୁଥିଲେ ବର୍ତ୍ତମାନ ବିଡ଼ିଓ ପ୍ରତି ପଞ୍ଚାୟତକୁ ଯାଇ ଜନ ଶୁଣାଣି କରିବେ । କେବଳ ଅଭିଯୋଗ ଆସିବନି ବରଂ ଅଭିଯୋଗକୁ କିଭଳି ସମାଧାନ କରାଯିବ ସେ ଦିଗରେ ଗୁରୁତ୍ୱ ଦିଆଯିବ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫୋନ୍ କଲ ଯିବା ସହ କାମ ହୋଇଛି କି ନାହିଁ ସେନେଇ ମତାମତ ନିଆଯିବ । ନବୀନଙ୍କ ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।ଏହାସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜେନ୍ଦ୍ର ଢୋଲକିଆ । କହିଛନ୍ତି ବିରୋଧୀ ବିକାଶକୁ ବିରୋଧ ନ କରି ପ୍ରତିଯୋଗିତା କରନ୍ତୁ । ବିକାଶମୂଳକ କାମ ପାଇଁ କିଭଳି କେନ୍ଦ୍ରରୁ ଅଧିକ ଅନୁଦାନ ଆସିବ ସେ ଦିଗରେ କାର୍ଯ୍ୟ କରନ୍ତୁ । ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ କାର୍ଯ୍ୟ କରୁଛନ୍ତି ଓ ଯୋଜନା ଆଣୁଛନ୍ତି ତାହା ଦେଖି ବିରୋଧୀଙ୍କ ଟେନସନ ବଢିଯାଇଛି । ଲୋକଙ୍କୁ ନିର୍ବାଚନ ବେଳେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହାକୁ ସମୀକ୍ଷା କରି ପୂରା କରୁଛୁ । ଆଗୁଆ ନିର୍ବାଚନ ପାଇଁ ଦଳ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଢୋଲକିଆ ।