Onn 3

ବାହୁଦା ନଦୀ କୂଳରେ ପଡ଼ିଛି ଟନ ଟନ ମଲା ମାଛ

State

ଗଞ୍ଜାମ; ମାଛ ମଡ଼କ । ନଦୀ କୂଳରେ ମରିପଡ଼ିଛନ୍ତି ଶହଶହ ସଂଖ୍ୟାରେ ମାଛ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମି ନିକଟରେ ଏଭଳି ଦୃଶ୍ୟ । ବାହୁଦା ନଦୀ ଓ ନଦୀ ତଟରେ କ୍ୱିଣ୍ଟାଲ, କ୍ୱିଣ୍ଟାଲ ମଲା ମାଛ ପଡିରହିଛି । ନଦୀ ପାଣିରେ ଅନେକ ପରିମାଣରେ ମାଛ ଭାସୁଥିବା ଦେଖିବାକୁ ମିଳିଛି l

କେଉଁ କାରଣରୁ ଏତେ ପରିମାଣରେ ମାଛ ମଲା ତାହ ଜଣା ପଡିନାହିଁ । ତେବେ ମାଛ ମରିପଡ଼ିଥିବାରୁ ଦୁର୍ଗନ୍ଧ ହେବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।