ବାରିପଦା : ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଚିନ୍ମୟ ମିଶନ ନୋଏଡା ଉତ୍ତର ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀ ଦ୍ୱାରା ସାତ ଦିନ ଧରି ହେବାକୁ ଥିବା ମହାଭାରତ ତତ୍ତ୍ୱଜ୍ଞାନ ଯଂଜ୍ଞ ସ୍ଥାନୀୟ ମଧୁବନ ଠାରେ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ବାରିପଦା ପୌରପାଳିକା କୃଷ୍ଣାନନ୍ଦ ମହାନ୍ତି ,ସଂମ୍ମାନିତ ଅତିଥି ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ , ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ, ଲାଠିକଟା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅନିକେତ ଚୈତନ୍ୟ, ଚିନ୍ମୟ ମିଶନ ବାରିପଦାର ସଭାପତି ବିଜୟ ଲେଙ୍କା, ସମ୍ପାଦକ ଅଜିତ କୁମାର ବେହେରା ଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l
ପ୍ରତିଦିନ ସନ୍ଧ୍ୟା 6.30 ରୁ 8 ଓ ସକାଳ 7 ରୁ 8 ଏହି ପ୍ରବଚନ କାର୍ଯ୍ୟକ୍ରମ ଚାଲିବ l
ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି, ବିକ୍ରମ କେଶରୀ ଜେନା, ଡା ପ୍ରାଣକୃଷ୍ଣ ବେହେରା, ଶକୁନ୍ତଳା ପାଲ, କବି ବିଷ୍ଣୁ ଶତପଥୀ, କ୍ରିଷ୍ଣା ଘୋଷ, ତପନ ପଟ୍ଟନାୟକ, ସମ୍ପଦ ଦାସ, ଫକୀର ସାହୁ, ବିବେକାନନ୍ଦ ଦାସ, ସବ୍ୟସାଚୀ ପଲେଇ, ସାଇ ପ୍ରକାଶ ମହାନ୍ତି, ହୃଦାନନ୍ଦ ଆଚାର୍ଯ୍ୟ, ଶ୍ରୀଧର ପରିଡା, ସତ୍ୟଜିତ ପାଲ ପ୍ରମୁଖ ଉପସ୍ଥିତ ଥିଲେ l