Onn 3

ନିଉଡ୍‌ କଲ୍ ରେ ଯୁବତୀଙ୍କ ଜାଲରେ ଫସିଲେ ଯୁବକ; ୫୦ ଥର କଇଁଚି ଭୁସି ଜୀବନ ହାରିବାକୁ ଉଦ୍ୟମ

Crime State

ଭୁବନେଶ୍ୱର: ନିଉଡ଼ କଲର କରୁଣ ପରିଣତି। ବ୍ଲାକ ମେଲିଂର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ । ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ । ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ ।

ଭୁବନେଶ୍ୱର ନୟାପଲ୍ଲୀ N -1ରେ ଦଣ୍ଡଧର ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରୁହନ୍ତି । ୩ ଦିନ ତଳେ ହଠାତ ଦଣ୍ଡଧରଙ୍କ ସହ ଫେସବୁକରେ ଚାଟିଂ କରିଥିଲେ ଅଜଣା ଯୁବତୀ । ପରେ ହ୍ଵାଟସଆପରେ ଭିଡ଼ିଓ କଲ କରିଥିଲେ ଯୁବତୀ । ବାରଣ କରିବା ସତ୍ୱେ ଭିଡ଼ିଓ କଲରେ କଥା ହୋଇଥିଲେ ଯୁବତୀ । ଏହି ସମୟରେ ସ୍କ୍ରୀନ ରେକଡ଼ିଂ କରି ଦଣ୍ଡଙ୍କୁ ବ୍ଲାକମେଲିଂ କରିଥିଲେ । ମୋଟା ଅଙ୍କର ଟଙ୍କା ମାଗିଥିଲେ ସେହି ଯୁବତୀ । ଅନ୍ୟ ଉପାୟ ନପାଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସହଯୋଗ କରିନଥିଲା ଫଳରେ ଉପାୟ ଶୂନ୍ୟ ହୋଇ ଦଣ୍ଡଧର ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।