Onn 3

ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କଲା ବଡପୁଅ

Crime State

ଗଜପତି : ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ । ଏମିତିଆ ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ପାଇଁ ଜଣେ ମାଆ ଏଭଳି କହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି। ଏପରି ଘଟଣା ବର୍ତ୍ତମାନ ପାରଳାଖେମୁଣ୍ଡି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସମ୍ପତ୍ତି ପାଇଁ ପରିଣତ ବୟସରେ ମାଆକୁ ମାଡ ମାରି ରକ୍ତାକ୍ତ କରିଛି ପୁଅ । ପାଠପଢି ରୋଜଗାର କରିବା ଆରମ୍ଭ କରିବା ପରେ ମାଆକୁ ବାରମ୍ବାର ମାରପିଟ୍‌ କରିବା ଆରମ୍ଭ କରିଥିଲା। ଘଟଣା ନେଇ ମହିଳା ଜଣକ ପୁଅ ନାଁରେ ଏତଲା ଦେଇଛନ୍ତି । ଘଟଣା ଥାନାରେ ପହଞ୍ଚିବା ପରେ ପିଶାଚ ପୁଅ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।