Capture1 4 750x430 1.jpg

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

Politics State

 

Capture1-4-750x430

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଇଛନ୍ତି ବଳଭଦ୍ର । ତେବେ ଏତେ ଦିନ ଧରି ଦଳ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଚିଠିରେ ବଳଭଦ୍ର ଲେଖିଛନ୍ତି ଯେ, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ବଳଭଦ୍ର ମାଝୀ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ଥର ବିଧାୟକ ରହିଛନ୍ତି । ବିଜେଡି ଆରମ୍ଭରୁ ଦଳ ସହ ଥିଲେ ବଳଭଦ୍ର । ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ତାପରେ ବି ସେ ବିଜେଡିରେ ସକ୍ରିୟ ଥିଲେ। ହେଲେ ଦଳରେ ଅବହେଳାର ଶିକାର ହୋଇଥିବା କାରଣରୁ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବା ଜଣାଯାଇଛି।