ଯେତେବେଳେ ସମ ହସ୍ପିଟାଲ ଅଘଟଣ ଘଟିଥିଲା ହସ୍ପିଟାଲ ମାଲିକ ଗିରଫ ହୋଇଥିଲେ । ହାଇଟେକ ମାଲିକ କାହିଁକି ଗିରଫ ହେଉନାହାଁନ୍ତି ବୋଲି ପ୍ରଶ୍ନ କରଛି ଛାତ୍ର କଂଗ୍ରେସ । ବିକ୍ଷୋଭ ସମୟରେ ଛାତ୍ର କଂଗ୍ରେସର କର୍ମୀ ମାନଙ୍କୁ ପୁଲିସ ଅଟକାଇଥିଲା। କିଛି ସମୟ ପାଇଁ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାସହ ଛାତ୍ର କଂଗ୍ରେସ କର୍ମୀମାନେ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ସେପଟେ କିନ୍ତୁ ହାଇଟେକ୍ ବିସ୍ଫୋରଣ ଘଟଣାକୁ ୧୧ ଦିନ ବିତିଥିଲେ ବି ମୃତକଙ୍କ ପରିଚୟକୁ ନେଇ ଏବେ ବି ଅସ୍ପଷ୍ଟ ରହିଛି । ୯୫ ପ୍ରତିଶତ ଗ୍ୟାରେଣ୍ଟି ଦେଇ ଯେଉଁ ଦିଲୀପ ସାମନ୍ତରାୟଙ୍କୁ ଜୀବିତ ବୋଲି ଦର୍ଶାଇଥିଲା ମେଡିକାଲ୍ ହେଲେ ୨୪ ଘଣ୍ଟା ଭିତରେ ସେହି ଦିଲୀପଙ୍କ ମୃତ୍ୟୁ ହୋଇଥିବା କହିବା ପରେ ଏହି ବିବାଦ ବଢ଼ିଛି । ଆଉ ଆଜି ସେହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ ।