Onn 3

ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ମୟୁରଭଞ୍ଜ ଶାଖା ର ସାଧାରଣ ବୈଠକ ଅନୁଷ୍ଠିତ.

State

ବାରିପଦା :  ପୂର୍ବାହ୍ନ ରେ ଜିଲ୍ଲା କର୍ମଚାରୀ ଭବନ ସଙ୍ଘ ର ସଭାପତି ସୁନୀଲ କୁମାର ଘୋଷ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭିନ୍ନ ବିଭାଗ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୋଗ ଦାନ ପୂର୍ବକ ସର୍ବ ସମ୍ମତି କ୍ରମେ ନିମ୍ନ ପ୍ରସ୍ତାବ ଗୁଡିକ ଗୃହୀତ ହେଲା | ପ୍ରଥମ ରେ ପ୍ରତ୍ୟେକ ବିଭାଗ ରେ ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ଜିଲ୍ଲାପାଳ ଙ୍କ ଅବଗତି ନିମନ୍ତେ ଜଣା ଗଲା |

ଦ୍ଵିତୀୟ ରେ ପ୍ରଚଳିତ ଗ୍ରେଡ଼ ପେ କୁ 1700/- ରୁ 2200/- କୁ ବୃଦ୍ଧି କରିବା ପାଇଁ ସରକାରଙ୍କୁ ନିବେଦନ କରାଗଲା | ତୃତୀୟ ରେ ପ୍ରଚଳିତ ଘର ଭଡା କୁ ସରକାରଙ୍କ ନିୟମ ଅନୁଯାୟୀ 10%,8%, ଓ 5% କୁ ବୃଦ୍ଧି କରିବାକୁ ସରକାରଙ୍କ ପାଖରେ ନିବେଦନ କରାଗଲା. ପରିଶେଷରେ ସଙ୍ଘ ର ସମ୍ପାଦକ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ସଭ୍ୟ ସଭ୍ୟା ଙ୍କୁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ରୁ ଧନ୍ୟବାଦ ଅର୍ପଣ କରିଥିଲେ |