Onn 3

ରାଜ୍ୟସ୍ତରୀୟ କୁମ୍ଭାର ସମ୍ମିଳୀନରେ ନୂତନ କର୍ମକର୍ତ୍ତା ଚୟନ ଓ କର୍ମୀ ସମ୍ମିଳନୀ

State

ବାରିପଦା: ରବିବାର ଦିନ ଓଡ଼ିଶା ରାଜ୍ୟ କୁମ୍ଭାର ଏକତା ମଞ୍ଚ, ତରଫରୁ ରାଜ୍ୟର ଜିଲ୍ଲାମାନଙ୍କର ସଭାପତି, ସମ୍ପାଦକ, ସଭ୍ୟ ଓ ସଭ୍ୟାମାନଙ୍କ ବିଶାଳ ସମାବେଶ ମଞ୍ଚର ସଭାପତି ପିତାମ୍ବର ରଣାଙ୍କର ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚୟନ ପ୍ରକ୍ରିୟା ପରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଦସ୍ୟ/ସଦସ୍ୟାମାନେ ଶପଥପାଠ କରିଥିଲେ । ନିର୍ବାଚିତ ପ୍ରତିନିଧିମାନେ – ସଭାପତି – ଯୁଗୋଳ କିଶୋର ରଣା, ସମ୍ବଲପୁର, ଉପ-ସଭାପତି – ପିତାମ୍ବର ରଣା, ନୂଆପଡା, ସୁଦର୍ଶନ ମୁଦୁଲି, ପୁରୀ, ସୁଶୀଲା ବେହେରା, ମୟୂରଭଞ୍ଜ, ମଦନ ମୋହନ ବେହେରା, ଦେବଗଡ, ମହେନ୍ଦ୍ର ସାହୁ, ଯାଜପୁର, ସାଧାରଣ ସମ୍ପାଦକ – ଆଡଭୋକେଟ ଗିରିଶ ଚନ୍ଦ୍ର ବେହେରା, କେନ୍ଦୁଝର, ଯୁଗ୍ମ ସମ୍ପାଦକ – ବିଶ୍ୱନାଥ ରଣା, ନୂଆପଡା, ଶ୍ୟାମ ସୁନ୍ଦର ରଣା, ବରଗଡ, ନବଲ କୁମାର ମୁଦୁଲି, ପୁରୀ, ମଧୁସ୍ମିତା ସାହୁ, ଭଦ୍ରକ, ଶିବ ପ୍ରସାଦ ରଣା, ସୋନପୁର, କୋଷାଧ୍ୟକ୍ଷ – ବକ୍ସି ଜଗବନ୍ଧୁ ପାଲ, ମୟୂରଭଞ୍ଜ ।

ଅବଶିଷ୍ଟ ଜିଲ୍ଲାମାନଙ୍କରେ ଦୁଇଜଣ ଲେଖାଏଁ ସଦସ୍ୟ ଚୟନ କରାଯାଇଅଛି । ଉକ୍ତ ସମ୍ମିଳନୀରେ କୁମ୍ଭାର ସମାଜର କିପରି ଉନ୍ନତି ହୋଇପାରିବ ସେ ଦିଗରେ ବିଷଦଭାବେ ଆଲୋଚନା କରାଯାଇଥିଲା । କୁମ୍ଭାର ସମାଜର ପିଲାମାନେ କିପରି ଉଚ୍ଚ ଶିକ୍ଷା ଲାଭ କରିବେ ଓ ଚାକିରୀ କ୍ଷେତ୍ରରେ ସୁବିଧା ସୁଯୋଗ ପାଇବା ସହିତ ମାଟିକଳା ବୋର୍ଡ ଗଠନ ସେଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ଏହି ମଞ୍ଚରେ ନବ ନିର୍ବାଚିତ ସଭାପତି ଦୃଢ ନିଷ୍ପତ୍ତି ନେଇଥିଲେ ।