Onn 3

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ

Religion and Cult State

ଆଗରପଡ଼ା:ରଘୁନାଥ ମିଶ୍ର,ନୀଳମାଧବ ସିଂହ,ଅଶୋକ ରଣା,ପ୍ରଶାନ୍ତ ସାହୁ,ଲକ୍ଷ୍ମଣ ଗୁପ୍ତା,ସଂଜୟ ନାୟମ ପ୍ରମୁଖଙ୍କ ପ୍ରଚେଷ୍ଠାରେ ରୁରୁପୂର୍ଣ୍ଣିମା ଦିବସରେ ପ୍ରତିଷ୍ଠିତ ଆଗରପଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁପୂର୍ଣ୍ଣିମା ଓ ବ୍ୟାସ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିର ସଭାପତି ଭାଗବତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ବସନ୍ତ ସ୍ୱାଇଁ ଯୋଗ ଦେଇ ଗୁରୁ ପୂର୍ଣ୍ଣିମାର ମାହାତ୍ମ୍ୟ ବିଷୟରେ ଶିଶୁମାନଙ୍କୁ କହିଥିଲେ ।

ଅନ୍ୟତମ ଅତିଥି ଭାବେ ପ୍ରତିଭା ରାୟ, ମାୟାଧର ଖିଲାର ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଅଶୋକ ପରିଡ଼ା,ଉପସଭାପତି ତଥା ବିଦ୍ୟାଳୟ ପ୍ରତିଷ୍ଠାତା ଚିତ୍ତରଂଜନ ଉଦ୍‌ଗାତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ଭଗବତ୍ ଗିତା ପାଠର ଶ୍ଲୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମକୁ ସମସ୍ତ ଆଚାର୍ଯ୍ୟ ଓ ଆଚାର‌୍ୟ୍ୟା ପରିଚାଳନାରେ ସହଯୋଗ କରିଥିଲେ ।