Onn 3

ମତଦାନ ବିଷୟରେ ଶିକ୍ଷା ଏବଂ ଅଧିକରୁ ଅଧିକ ନାଗରିକଙ୍କ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକ

State

ବାରିପଦା: ଆଗାମୀ ସାଧାରଣ ନିର୍ବାଚନକୁ ଜନାଭିମୁଖୀ ଏବଂ ମତଦାନ ସାମ୍ବିଧାନିକ ମୌଳିକ ଅଧିକାରକୁ ଜନମାନସରେ ଆଦୃତ କରାଇବାପାଇଁ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ନିର୍ବାଚନ କମିଶନଙ୍କ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସୁଚାରୁ ରୂପେ ସଂଚାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ କରାଇଛନ୍ତି । ଏହି ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ବା (SVEEP) କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁଙ୍କ ପରିଚାଳନାରେ ଜିଲ୍ଲାପାଳଙ୍କ ସ୍ଥାନୀୟ ଓସୱାନ ହଲ ଠାରେ ସମସ୍ତ ଅତିରିକ୍ତ ଜିଲ୍ଲପାଳ, ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏକ ଆଭାସୀ ବୈଠକ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଲୋଚନା ହୋଇଥିଲା। ସୂଚନା ଯୋଗ୍ୟଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକରୁ ଅଧିକ ମତଦାତା କିଭଳି ଜିଲ୍ଲା ମତଦାନ ରେ ଅଂଶଗ୍ରହଣ କରିବେ ସେ ନେଇ ଆଲୋଚନା ହେବ ସହିତ ଅଧିକ ରୁ ଅଧିକ ଯୁବ ଭୋଟର ମାନଙ୍କୁ ନିର୍ବାଚନ ପର୍ବରେ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଉତ୍ସାହିତ କରିବା ପାଇଁ ଏହି ପ୍ରାକ-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ , ୨୦୧୯ ନିର୍ବାଚନ ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ୭୭% ମତଦାନ ହୋଇଥିବା ବେଳେ ନିର୍ବାଚନ କମିଶନ ଏହି ହାରକୁ ୮୧%କୁ ବୃଦ୍ଧି କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ୨୦୦୧୯ରେ ୨୩୬୪ ବୁଥ ହୋଇଥିବା ବେଳେ ୨୦୨୪ ବର୍ଷ ୨୩୬୮ଟି ବୁଥ ଜିଲ୍ଲାରେ ହୋଇଅଛି । ସେହିପରି ଭାବରେ ୬୦% ରୁ ୭୦% ଭୋଟ ୨୪୬ଟି କେନ୍ଦ୍ରରୁ ମିଳିଥିବା ବେଳେ ଏହି ସଂଖ୍ୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଏହି ଧାରାରେ ଭୋଟର ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଈବାପାଇଁ ୧୭ଟି ବିଭିନ୍ନ ମତଦାନ ସୂଚନାଧର୍ମୀ କାର୍ଯ୍ୟକ୍ରମ କରାଯିବ।ପ୍ରତ୍ୟେକ ବ୍ଲକ ଏବଂ ସବ୍ଡିଭିଜନ ରେ ଏହି କାର୍ଯ୍ୟକ୍ରମ ମନ ଅନୁଷ୍ଠିତ କରାଇବା ପାଇଁ ସମସ୍ତ ରିଟର୍ଣ୍ଣିଙ୍ଗ ଅଫିସର ମାନଙ୍କୁ ଦାୟିତ୍ୱ ଦିଅ ଯାଇଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଭିଭାଗୀୟ ଅଧିକାରୀ ମାନଙ୍କୁ ଏହି ଦାୟିତ୍ୱ ସମ୍ପାଦନା କରିବାରେ ସାହାଯ୍ୟ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସମସ୍ତ ବସ ମାନଙ୍କରେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଜିଙ୍ଗଲ ଏବଂ ଭିଡିଓ ବାର୍ତା ଚାଲୁ କରାଯିବାର ଦାୟିତ୍ୱ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦିଆ ଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନଙ୍କୁ ଜଣ ସଚେତନତା କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର ଏବଂ ଜନାଭିମୁଖୀ କରାଇବା ପାଇଁ ମଧ୍ୟ ଜିଲ୍ଲାପାଳ କହିଥିଲେ। ଏଥି ସହିତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଏବଂ ୮୫ ବର୍ଷ ରୁ ଅଧିକ ବୟସ୍କ ମତଦାତା ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ବିଶେଷ ଆଲୋଚନା ହୋଇଥିଲା। ଏହି ବୈଠକରେ ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ପାୱାର ପଏଣ୍ଟ ଉପସ୍ଥାପନା କରିଥିବା ବେଳେ ଶ୍ରୀ ସ୍ୱାଇଁ ଏହା ଆଧାରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ। ଉକ୍ତ ବୈଠକରେ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା, ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କରେ ଚର୍ଚ୍ଚା କରିଥିଲେ I