Img 20240412 Wa0215

ପ୍ରଥମ ଥର ରକ୍ତଦାନ କରି ସମ୍ବର୍ଦ୍ଧିତ ହେଲେ ନିରୁପମା

State

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୮ ନଂ ୱାର୍ଡର ଶଙ୍ଖପଟ୍ଟା ଅଂଚଳର ନିରୁପମା ଘଡେଇ ୫୦ ବର୍ଷ ବୟସରେ ପ୍ରଥମ ଥର ରକ୍ତଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଜଣେ ରୋଗୀଙ୍କର ହଠାତ ରକ୍ତ ଦରକାର ପଡିଥିଲା I ସେହି ସମୟରେ ସୋମନାଥ ସିଂହ ରକ୍ତ ଭଣ୍ଡାର କେନ୍ଦ୍ରରେ ଅନ୍ୟ ଏକ ରୋଗୀଙ୍କ ପାଇଁ ରକ୍ତଦାନ କରୁଥିଲେ I ଡଃ ନିରୋଜ ପୋଥାଳଙ୍କ ଠାରୁ ଖବର ପାଇ ଶ୍ରୀମତୀ ଘଡେଇଙ୍କ ସହ ଯୋଗାଯୋଗ କରିଥିଲେ I ସେ ତୁରନ୍ତ ଆଗ୍ରହ ପ୍ରକାଶ କରି ରକ୍ତଦାନ କରି ଉକ୍ତ ରୋଗୀଙ୍କର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ I ରକ୍ତଦାନ ସମୟରେ ତାଙ୍କ ସ୍ୱାମୀ ପ୍ରଭାସ ଘଡେଇ, ରକ୍ତଦାତା ଓ ସମାଜସେବୀ ଡଃ ପୋଥାଳ, ସୋମନାଥ ସିଂହ, ନାରାୟଣ ସେବା ଟ୍ରଷ୍ଟର ରଣଜିତ ଦାସ, ପ୍ରତାପେଶ୍ୱର ଦାଶ, ରାଜେଶ କୁମାର ନନ୍ଦି, ଆଲୋକ କୁମାର ବାରିକ, ଓ ରକ୍ତ ଭଣ୍ଡାରର ପାର୍ଥ ସାରଥୀ ମହାନ୍ତ, ରୁଚିକା ଖୁରାନା ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ନାରାୟଣ ସେବା ଟ୍ରଷ୍ଟ ତରଫରୁ ନିରୁପମାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଜୀବନରେ ପ୍ରଥମ ଥର ରକ୍ତଦାନ କରି ସେ ଜଣଙ୍କର ଜୀବନ ବଞ୍ଚାଇ ପାରିଥିବାରୁ ବେଶ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି I