Buda

ମାଘ ସପ୍ତମୀ ପାଇଁ ପୁରୀରେ ଟ୍ରାଫିକ କଟକଣା

State

ପୁରୀ : ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି, ୩୯ ଇନ୍ସପେକ୍ଟର ନିୟୋଜିତ ହେବେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ପଟୁ ଆସୁଥିବା ବସ୍ ଗୁଡିକ ପାଇଁ ରାମଚଣ୍ଡି ଥାନା ନିକଟରେ ପାର୍କିଂ କରିବେ ।

କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସଗୁଡିକ ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୁରୀ ପଟୁ ଆସୁଥିବା ୪ ଚକିଆ ଗାଡ଼ି ରାମଚଣ୍ଡି ଥାନା ନିକଟରେ ଓ କାକଟପୁର ଓ ନିମାପଡ଼ା ପଟୁ ଆସୁଥିଲେ କୋଣାର୍କ ହେଲିପ୍ୟାଡ୍ ନିକଟରେ ରହିବେ ।

ଯଦି କୋଣାର୍କ ହେଲିପ୍ୟାଡ ନିକଟରେ ପାର୍କିଂ ସ୍ଥାନ ପୂରଣ ହୋଇଯିବ ତେବେ ଚାରି ଚକିଆ ଗାଡ଼ି IOCL ପାର୍କିଂରେ ଏବଂ ASI ମ୍ୟୁଜିୟମ ନିକଟରେ ଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ । ପୁରୀ ପଟୁ ଆସୁଥିବା ଦୁଇ ଚକିଆଗାଡ଼ି ଲାଇଟ୍ ହାଉସ ବାମ ପାଖ ରାସ୍ତାରେ ପାର୍କିଂ କରିବେ । କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ୨ ଚକିଆ ଗାଡ଼ି ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟ, IOCL ପାର୍କିଂ ସହ ASI ମ୍ୟୁଜିୟମ ନିକଟରେ ପାର୍କିଂ ବ୍ୟବସ୍ଥା ରହିଛି ପୋଲିସର ସମସ୍ତ ନିୟମ ମାନି ଚନ୍ଦ୍ରଭାଗା ବୁଡରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ ।