Onn 3

ପ୍ରତିଭା ପୂଜନ ଅନୁଷ୍ଠାନର ସମ୍ବର୍ଦ୍ଧନା ସମାରୋହ

State

ବାରିପଦା: ସ୍ଥାନୀୟ ବନ୍ଧନ ମଣ୍ଡପଠାରେ ପ୍ରତିଭା ପୂଜନ ଅନୁଷ୍ଠାନର ୨ୟ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଟ୍ରଷ୍ଟ ସଦସ୍ୟ ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରୂପେ ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ରଭଞ୍ଜଦେଓ ଏବଂ ଉଦ୍ଘାଟିକା ଭାବେ ମହାରାଣୀ ରଶ୍ମି ରାଜ୍ୟ ଲକ୍ଷ୍ମୀଭଞ୍ଜଦେଓ ଯୋଗଦାନ କରି ଅନୁଷ୍ଠାନ ଦ୍ଵାରା ମନୋନୀତ ୨୧ ଜଣ ପ୍ରତିଭାଧରଙ୍କୁ ମାନପତ୍ର, ଉତ୍ତରୀୟ ଉପଢ଼ୌକନ ଓ ମେଡାଲ ପ୍ରଦାନ କରିଥିଲେ । ମୁଖ୍ୟଟ୍ରଷ୍ଟି ତଥା ଅନୁଷ୍ଠାନର ସଭାପତି ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ସଚିଦାନନ୍ଦ ମହାନ୍ତି ମଞ୍ଚକୁ ଅତିଥି ଆହ୍ବାନ ଓ ଉଦ୍ଦେଶ୍ୟଜ୍ଞାପନ ସହ ବିବରଣୀ ପାଠ କରିଥିଲେ । ଅନ୍ୟତମ ଟ୍ରଷ୍ଟି ବାସୁଦେବ ନାପିତ ଅତିଥି ପରିଚୟ ପ୍ରଦାନ ବେଳେ ସଂଯୋଜନା ଦେବବ୍ରତ ଶତପଥୀ ଓ ସବିତା ମହାନ୍ତି କରିଥିଲେ।

ମୁଖ୍ୟବକ୍ତା ଭାବେ ଡଃ ବିପିନ ବିହାରୀ ବିଶ୍ଵାଳ, ବିଶେଷ ଅତିଥିଭାବେ ପୂର୍ବତନ ରାଜ୍ୟସଭା ସଦସ୍ୟ ବୀରଭଦ୍ର ସିଂହ ଓ ସ୍ଵତନ୍ତ୍ର ଅତିଥିଭାବେ ସମାଜସେବୀ ଆଡ଼ଭୋକେଟ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଯୋଗଦାନ କରି ଲୁକ୍କାୟିତ ପ୍ରତିଭାମାନଙ୍କୁ ଆଗକୁ ଆଣିବାରେ ପ୍ରତିଭା ପୂଜନ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ।ପ୍ରତିଭା ପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିତ୍ଵ ମାନଙ୍କ ମଧ୍ୟରେ ଓଡ଼ିଆଚଳଚ୍ଚିତ୍ରର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ ଓ ବିଶିଷ୍ଟ ନିର୍ଦ୍ଦେଶକ ଓ ଅଭିନେତା ଚିନ୍ମୟ ଦାସ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରଣଜିତ ସାହୁ, ଅମିୟ କୁମାର ବଳା ଅନ୍ୟତମ। ବାଣୀପୀଠ ଅନୁଷ୍ଠାନର ଛାତ୍ରୀଗଣ ସ୍ଵାଗତ ସଂଗୀତ ଗାନ ଓ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅନୁଷ୍ଠାନର ସଦସ୍ୟ ତଥା ସାମ୍ବ।ଦିକ ଅରୁଣ କୁମାର ଓତା ଧନ୍ୟବ।ଦ ଅର୍ପଣ କରିଥିଲେ।