Onn 3

କୁଜଙ୍ଗ ଡବଲ ମର୍ଡର ଘଟଣା: କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

Crime State

ପାରାଦୀପ : ଜଗତସିଂପୁର କୁଜଙ୍ଗ ଏକ୍ସପ୍ରେସ କଲୋନୀ ଡବଲ ମର୍ଡର ସିନ୍ ରିକ୍ରିଏସନ୍ କଲା ପୋଲିସ । ଘଟଣାର ୧୪ ଦିନ ପରେ କୁଜଙ୍ଗ ପୋଲିସ ଅଭିଯୁକ୍ତ ଚିଣ୍ଟୁ ୨୪ ଘଣ୍ଟା ରିମାଣ୍ଡରେ ଆଣି ସିନ୍ ରିକ୍ରିଏସନ୍ କରିଛି ।

ଖବର ଅନୁଯାୟୀ, ଗତ ଜୁନ ୧୮ ତାରିଖ ସକାଳେ ଅଭିଯୁକ୍ତ ଚିଣ୍ଟୁ ଖଣ୍ଡା ଧରି ପ୍ରଥମେ ଘର ସାମ୍ନାରେ ଝାଡୁ ମାରୁଥିବା ନିର୍ମଳାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଧାରୁଆ ଖଣ୍ଡାରେ ଚୋଟ ପରେ ଚୋଟ ମାରି ଚାଲିଥିଲା l ଘଟଣା ଦେଖି ନିକଟରେ ଥିବା ଅନ୍ୟ ଜଣେ ମହିଳା ଅଟକାଇବାରୁ ତାଙ୍କୁ ମଧ୍ୟ ହାଣିଥିଲା ଅଭିଯୁକ୍ତ ଚିଣ୍ଟୁ l

ସେପଟେ ଏହି ଘଟଣା ଦେଖି ନିର୍ମଳାଙ୍କ ପୁଅ ଅଟକାଇବାରୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା l ନିର୍ମଳା ଓ ସୁନିତା ମୃତ୍ୟୁବରଣ କରିଥିବା ବେଳେ ନିର୍ମଳାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ l ଅଭିଯୁକ୍ତ ଖଣ୍ଡା ଧରି ଆତଙ୍କ ଚଳାଇଥିବା ବେଳେ ସ୍ଥାନୀୟ ଯୁବକ ମନେ ଅଭିଯୁକ୍ତକୁ କାବୁ କରି ପୋଲିସ କୁ ଖବର ଦେବାପରେ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିଥିଲା । ଅଭିଯୁକ୍ତ ଚିଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଅଧିକ ତଦନ୍ତ କରିବାକୁ କୁଜଙ୍ଗ ପୋଲିସ ୨୪ ଘଣ୍ଟା ପାଇଁ ରିମାଣ୍ଡ ରେ ଆଣି ପଚରାଉଚରା କରିଛି ।