Onn 3

କଟକର ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ

Crime State

କଟକ: ଟାକ୍ସି ଡ୍ରାଇଭର ଭଗବାନ ବୈରୀଗଞ୍ଜନ ମୃତ୍ୟୁ ମାମଲାରେ ବଢୁଛି ରହସ୍ୟ । କଟକ ଆସି ତଦନ୍ତ ଆରମ୍ଭ କରିଛି ଘଷିପୁରା ଥାନା ପୋଲିସ। ଫୋକସ୍‌ରେ ରହିଛି କଟକ ରେଭେନ୍ସା କଲେଜ ମାର୍କେଟ। ପରିବାର ଲୋକଙ୍କ ଏତଲା ପରେ ସନ୍ଦିଗ୍ଧ ଯୁବତୀ ଓ ଦୁଇଜଣ ପୁରୁଷଙ୍କୁ ଖୋଜିବାରେ ଲାଗି ପଡ଼ିଛି ପୋଲିସ।

ଘଷିପୁରା ଥାନା ଅଧିକାରୀ ମାଲଗୋଦାମ ଥାନା ସହାୟତାରେ ତଦନ୍ତ ଚଳାଇଥିବା ବେଳେ ଏଯାଏଁ ସନ୍ଦିଗ୍ଧଙ୍କ ପତ୍ତା ପାଇନି। ଟାକ୍ସି ମାଲିକ ରାଜକିଶୋର ବିଶ୍ୱାଳଙ୍କ ବୟାନ ରେକର୍ଡ କରିବା ସହ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡ ଓ ଗୋବିନ୍ଦପୁର ଯାଇ ଅନୁସନ୍ଧାନ କରିଛି ଘଷିପୁରା ପୋଲିସ ଟିମ। ଘଷିପୁରା ଥାନା ଅଧିକାରୀ ବିକ୍ରମ ଭୂୟାଁଙ୍କ ନେତୃତ୍ୱରେ ଟିମ୍‌ ମାଲଗୋଦାମ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ବୈଷୟିକ ପ୍ରମାଣ ଆଦି ସଂଗ୍ରହ କରିଥିଲେ।

କଟକ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡରୁ ଗତ ୨୪ ତାରିଖ ରାତିରେ ଦୁଇ ଯୁବକ ଓ ଜଣେ ଯୁବତୀ ମୃତ ଡ୍ରାଇଭର ଭଗବାନ ବୈରିଗଞ୍ଜନଙ୍କୁ କାର ଭଡା ନେଇ ଯାଇଥିଲେ । ୨୮ ତାରିଖରେ ଘଷିପୁରା ଥାନାର ଦରଖଳି ଜଙ୍ଗଲରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା । ଘଟଣାକୁ ଏକ ସପ୍ତାହ ବିତିଥିଲେ ମଧ୍ୟ ଏଯାଏ ମୃତ୍ୟୁ ଉପରୁ ପରଦା ହଟିପାରିନି।