Onn 3

ପିଏମ୍ ଆବାସ ଦୁର୍ନୀତିର ସିବିଆଇ ତଦନ୍ତ ହେଉ: ପୃଥ୍ୱୀରାଜ

Politics State

ଭୁବନେଶ୍ୱର: ପିଏମ ଆବାସ ଯୋଜନା ଦୁର୍ନୀତିରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ପ୍ରେସମିଟ୍‌ରେ ଦାବିକଲେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ପିଏମ୍ ଆବାସ ବଣ୍ଟନ ପାଇଁ ବିଜେଡି ଟଙ୍କା ଆଦାୟ କରୁଛି ।

ଲୋକଙ୍କଠାରୁ ୨୦ରୁ ୨୫ହଜାର ଟଙ୍କପା ଚାନ୍ଦା ଆଦାୟ କରୁଛି,ରାଜନୀତି କାରଣରୁ ବଞ୍ଚିତ ଲୋକଙ୍କୁ ତୁରନ୍ତ ପକ୍କା ଘର ଦିଅନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହଚିଚନ୍ଦନ । ମାସେ ଭିତରେ ନଦେଲେ ସବୁ ବ୍ଲକରେ ଆନ୍ଦୋଳନ କରିବ ବିଜେପି ବୋଲି ଜଣାପଡିଛି ।