Onn 3

ବିଶିଷ୍ଟ ଫଟୋଗ୍ରାଫରଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଙ୍ଘର ସକ୍ରିୟ ସଦସ୍ୟ ତଥା ରାଜ୍ୟର ବିଭିନ୍ନ ସମ୍ବାଦ ପତ୍ରର ଫଟୋଗ୍ରାଫର ଚକ୍ରଧର କରଙ୍କର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱର୍ଗତ କର ନିଶ୍ଚିନ୍ତକୋଇଲି ବଜାରରେ ପ୍ରଥମ କରି ଏକ ଷ୍ଟୁଡିଓ ଖୋଲି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ଶ୍ରୀ କର ରାଜ୍ୟର ପ୍ରମୁଖ ସମ୍ବାଦପତ୍ର ମାନଙ୍କର ଜଣେ ସୁନାମଧନ୍ୟ ଫଟୋଗ୍ରାଫର ରୂପେ ପରିଚିତ ଥିଲେ । ଏଥିନିମନ୍ତେ ତାଙ୍କୁ ବହୁ ସମ୍ବାଦପତ୍ର ତରଫରୁ ଶ୍ରେଷ୍ଠ ଫଟୋଗ୍ରାଫର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କର ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରାଯାଇଥିଲା ।

ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଝିଅ ହରପ୍ରିୟା ,ବିଷ୍ଣୁପ୍ରିୟା ,କୃଷ୍ଣପ୍ର୍ରିୟା, ସୁପ୍ରିୟା, ଲକ୍ଷ୍ମୀପ୍ରିୟା ସମେତ ଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ଚିରଞ୍ଜିବି ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବଜାର ବ୍ୟବସାୟୀ ସଙ୍ଘର ସଭାପତି ପ୍ରମୋଦ କୁମାର ପଣ୍ଡା,ସମ୍ପାଦକ ଜୀବନାନନ୍ଦ ଦାଶ,ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ସ୍ୱାଇଁ, କ୍ଷୀରୋଦ ପଣ୍ଡା,ରବିନ୍ଦ୍ରନାଥ ସେଠୀ, ଦେବେନ୍ଦ୍ର କୁମାର ସାହୁ,ସରପଂଚ ମଧୁସ୍ମିତା ରାଉତ,ପରିବାର ସଭାପତି ବଲ୍ଲଭ ଚରଣ ପଲେଇ,ସମ୍ପାଦକ ପ୍ରମୋଦ କୁମାର ନାୟକ,ସାମାଜିକ କର୍ମୀ ଅମୀୟ କୁମାର ବିଶ୍ୱାଳ, ସଞ୍ଜୟ କୁମାର ବେହେରା,ଆଇନଜୀବୀ ଅଶୋକ କୁମାର ମହାପାତ୍ର,ମୌସୁମୀ ସମ୍ପାଦକ କବି ପ୍ରସନ୍ନ କୁମାର ମିଶ୍ର, କଂଗ୍ରେସ ଯୁବନେତା ପ୍ରଦିପ୍ତ କୁମାର ଦାସ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।