Onn 3

ଲୋକକଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ପ୍ରଚାର ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଏକ ଦିବସୀୟ କର୍ମଶାଳା

State

ବାରିପଦା: ଓଡ଼ିଶାର ପାରମ୍ପାରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଦ୍ଵାରା ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ମାନ ପ୍ରଚାର କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଏକ ଦିବସୀୟ କର୍ମଶାଳା ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାରିପଦା ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଗୁରୁବାର ଦିନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠୀଙ୍କ ସଂଚାଳନାରେ, ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ସଂଯୋଜକ ଶ୍ରୀ ଜ୍ଞାନ ପ୍ରକାଶ କାନୁନଗୋ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଓ ରାଜ୍ୟ ସଂସ୍କୃତି ବିଭାଗ ବରିଷ୍ଠ ପରାମର୍ଶଦାତା ଶ୍ରୀ ରଶ୍ମି ରଞ୍ଜନ ନାୟକ ଯୋଗଦାନ କରି ଏହି କର୍ମଶାଳାକୁ ଆସିଥିବା ସମସ୍ତ କଳାକାର ଓ ନୋଡାଲ ଅଫିସର ମାନଙ୍କୁ ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତର ମାର୍ଗଦର୍ଶିକା ବିଷୟରେ ଅବଗତ କରାଇଥିଲେ। ସୂଚନା ଥାଉକି ପୂର୍ବରୁ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ୧୧ଟି ଯୋଜନା ପାଇଁ ଜିଲ୍ଲାର ଏବଂ ବ୍ଲକର ସମସ୍ତ କଳାକାର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ରାଜ୍ୟସରକାର ଆଉ ୪ଟି ଯୋଜନା ଏହି ପ୍ରଚାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡିକ ହେଲା: ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ, ଆମ ବ୍ୟାଙ୍କ, ଐତିହସ୍ଥଳୀ ବିକାଶ ଓ ଲକ୍ଷ୍ମୀ ବସ ସେବା। ଏଣୁ ଏହି ରାଜ୍ୟ ସ୍ତରୀୟ ପ୍ରଚାର ଅଭିଯାନ, ଜାନୁଆରୀ ୩ୟ ସପ୍ତାହରେ ଆରମ୍ଭ ହେବାର ଯୋଜନା ରହିଛି। ରାଜ୍ୟସ୍ତରରେ ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସଂସ୍କୃତି ସଂଘର ଉପସଭାପତି ମାନଙ୍କର ପ୍ରଶିକ୍ଷଣ ତଥା ଆଲୋଚନା ଶିବିର ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ଥାଉକି ଏହି ଅଭିଯାନରେ ପ୍ରତ୍ୟେକ ଗ୍ରାମରେ ପର୍ୟାୟ ୩ ଥର ବା ୪ ଥର ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ୧୫ଟି ସରକାରୀ ଯୋଜନା ବିଷୟରେ ଏକକାଳୀନ ବୁଝାଇବା ସମୟ ସାପେକ୍ଷ ହୋଇପାରେ ଏଣୁ ୫ ରୁ ୬ଟି ଯୋଜନା ସମ୍ପର୍କରେ ଲୋକକଳା ମାଧ୍ୟମରେ ବୁଝାଇବେ। ପ୍ରତ୍ୟେକ ଦଳ ଦିନକୁ ୩ଟି କାର୍ଯ୍ୟକ୍ରମ ପରିବେଷଣ କରିବେ ଏବଂ ପ୍ରଥମ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟା, ୨ୟ କାର୍ଯ୍ୟକ୍ରମ ଦିନ ୧୧ଟା ଏବଂ ୩ୟ କାର୍ଯ୍ୟକ୍ରମ ଅପରାହ୍ନରେ ପରିବେଷଣ କରିବେ ବୋଲି ସୂଚିତ କରାଯାଇଛି। ପ୍ରତ୍ୟେକ ପଂଚାୟତରେ ଏହି କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ ଏବଂ ଏହି କାର୍ଯ୍ୟକ୍ରମ ସବୁର ବିବରଣୀ (ଫଟୋ, ଭିଡିଓ) ଜିଲ୍ଲା, ରାଜ୍ୟ ସ୍ତର ନିକଟକୁ ପଠାଇବେ। ବ୍ଲକରେ ଦୁଇ ସ୍ତରରେ ତାଲିମ ପାଇଁ ୨୫,୦୦୦ ଲେଖାଏଁ ତାଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୁରଭଞ୍ଜ ତରଫରୁ ପ୍ରେରଣ କରାଯିବା ବ୍ୟବସ୍ଥା ମଧ୍ୟ ଅଛି। ଆଜିର ଏହି କାର୍ଯ୍ୟକ୍ରମ ପରେ ଜିଲ୍ଲାର ସମସ୍ତ ବ୍ଲକ ରେ ଏହି ପ୍ରଶିକ୍ଷଣ କର୍ମଶାଳା ବି.ଡ଼ି. ଓ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ନୋଡାଲ ଅଫିସର, ଜିଲ୍ଲାର ସମସ୍ତ କଳାକାର ସଂଘ ଉପସଭାପତି ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମକର୍ତା ମାନଙ୍କ ଉପସ୍ଥିତ ଥିଲେ।