Maxresdefault

ରଥଯାତ୍ରା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ ଯୋଗେ ଭଞ୍ଜସେନା ର ନିବେଦନ

State

ବାରିପଦା: ବିଶ୍ବର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ଆରମ୍ଭ ହେବାକୁ ଆଉ ୨/୩ ଦିନ ବାକି ଥିବା ବେଳେ ରଥଯାତ୍ରା ପ୍ରକ୍ରିୟାକୁ ସୁଚାରୁରୂପେ ଚଳାଇବା ପାଇଁ ବାରିପଦା ଦେବୋତ୍ତର ବିଭାଗ ତରଫରୁ ମଗାଯାଇଥିବା ଆବଶ୍ୟକୀୟ ଅର୍ଥ ସହାୟତା ରାଶି କୁ ବର୍ତ୍ତମାନ ସୁଦ୍ଧା ରାଜ୍ୟସରକାର ପ୍ରଦାନ କରି ନ ଥିବା ହେତୁ ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ(x) ଯୋଗେ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି।
ଏଥି ସହିତ ଆଜି ଭାଞ୍ଜସେନା ପକ୍ଷରୁ ଜିଲ୍ଲା ଉପସଭାପତି ରାକେଶ ମହାନ୍ତି ମୟୁରଭଞ୍ଜ ଜିଲ୍ଲାପାଳ ମହୋଦୟ ଓ ଏସପି ମହୋଦୟାଙ୍କୁ ଆଗାମୀ ରଥଯାତ୍ରାରେ କୌଣସି ଭିଆଇପି କିମ୍ୱା ଆବଶ୍ୟକତା ନ ଥିବା ସରକାରୀ ଅଧିକାରୀଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ କର୍ଡନ ପାସ ନ ଦେବା ସହିତ ସମସ୍ତେ ଶ୍ରଦ୍ଧା ମନୋଭାବରେ ଲୋକଙ୍କ ଗହଳିରେ ରଥ ଟାଣିବା ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ପୃଥକ ଭାବରେ ଦୁଇଗୋଟି ଦାବୀପତ୍ର ପ୍ରଦାନ କରିଛନ୍ତି l
ଯଦି ଭଞ୍ଜସେନା ର ଦାବୀ ଗୁଡିକ ପ୍ରତି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗୁରୁତ୍ଵ ପ୍ରଦାନ ନ କରନ୍ତି ତେବେ ଭଞ୍ଜସେନା ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଚେତାବନୀ ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।