Capture 750x430

ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ

State

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ l ଶୁଣାଣି ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୧୭୫୦ ପଞ୍ଜୀକରଣ ହୋଇଛି l ସମସ୍ତଙ୍କୁ ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି କହିଛନ୍ତି ପ୍ରଭାତୀ ପରିଡା l

ସେ ଆହୁରି ମଧ୍ୟ କହିଛନ୍ତି ଯେ ସବୁ ସୋମବାର କେଉଁଠି ନା କେଉଁଠି ମନ୍ତ୍ରୀ ରହି ଅଭିଯୋଗ ଶୁଣିବେ l ୩ ମାସରେ ଥରେ ଆସୁଥିବା ଅଭିଯୋଗ ଓ ସମାଧାନର ସମୀକ୍ଷା ହେବ l ବ୍ଳକ ସ୍ତରର ସମସ୍ୟାକୁ ୭ ଦିନ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ l

ସୂଚନାଯୋଗ୍ୟ ଯେ, ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର ପ୍ରତିଶୃତି ଦେବା ସହିତ ଧର୍ଯ୍ୟହରା ନ ହେବା ପାଇଁ ପରାମର୍ଶ ଦେଇଥିଲେ। ଆଜି ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ।