Onn 3

ବାଇକ ଉପରେ ଚଢିଗଲା ବସ, ବାପ ପୁଅ ମୃତ

Crime State

ବାରିପଦା: ଆଜି ମଙ୍ଗଳବାର ମାଧ୍ୟାନ୍ନ ସମୟରେ ବାରିପଦା-ଉଦଳା ରାସ୍ତାର ସାନକେରକ ନିକଟରେ ଏକ ମର୍ମତୁନ୍ଦ ସଡକ ଦୂର୍ଘଟଣା ଘଟିଅଛି । ଉଦଳା ରୁ ବାରିପଦା ଅଭିମୁଖେ ଆସୁଥିବା ଦୁଲାରି ନାମକ ଏକ ଘରୋଇ ବସ ଏକ ବାଇକୁ କୁ ଧକକା ଦେବା ଫଳରେ ବାଇକ ଆରୋହୀ ଙ୍କ ସମେତ ଅନ୍ୟଜଣଙ୍କର ମୃତ୍ୟୁ ଘଟିଅଛି । ମୃତକ ଦୁଇଜଣ ହେଲେ ବାପ ପୁଅ । ଘଟଣା ସ୍ଥଳରେ ବାପ ପାଣ୍ଡୁ ଓରଫ ପଦ୍ମଲୋଚନ ଗୋଛାୟତ (୫୮) ଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହାତ ହୋଇଥିବା ପୁଅ ତପୁ ଗୋଛାୟତ (୨୮) ଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଅଛି ।

ଦୂର୍ଘଟଣା ଘଟାଇ ବସ ଟି ଦ୍ରୁତ ଗତିରେ ବାରିପଦା ଅଭିମୁଖେ ଆସୁଥିବାବେଳେ ଅସ୍ତିଆ ଠାରେ ଉତ୍ୟକ୍ତ ଳୋକମାନେ ବସ କୁ ଅଟକାଇ ଭଙ୍ଗାରୁଜା କରିଥିଲେ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ବସ ଟିକୁ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଅଛି । ଏ ବାବଦରେ ଥାନାରେ ଏକ ଦୂର୍ଘଟଣା ଜନିତ ଏକ ମାମଲା ରୁଜୁ କରାଯାଇଅଛି । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଅଛି । ପ୍ରକାଶ ଥାଉ କି ଉକ୍ତ ବସ ଟି ଅଳ୍ପଦିନ ପୂର୍ବରୁ ସହରର ବାଲେଶ୍ୱର ଗୋଲେଇ ନିକଟରେ ଏକ ସ୍କୁଟି ଗାଡିକୁ ଧକକା ଦେବା ଫଳରେ ସ୍କୁଟି ଚାଳକ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା ।