Onn 3

ଗ୍ରୀଷ୍ମ ଅବକାଶ ପରେ ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଜୁନ ୨୧ ରୁ ଖୋଲିବ

State

ବାରିପଦା: ଓଡିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ନିର୍ଦେଶ କ୍ରମେ ଗ୍ରୀଷ୍ମ ଅବକାଶ ଶେଷ ହେବା ପରେ ଆସନ୍ତା କାଲି ତା 21-06-2023 ରିଖ ଠାରୁ ଜିଲ୍ଲା ରେ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଖୋଲା ଯାଇ ପାଠ ପଢା ଆରମ୍ଭ ହେବ |

ବିଦ୍ୟାଳୟ ଖୋଲା ଯିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ ମାନେ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ ରେ ଯାଇ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯୋଗାଇ ଦିଆଯାଇ ଥିବା ବିଭିନ୍ନ ସୁବିଧା ସୁଯୋଗ ଯଥା ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଯୋଗ ସହିତ ବିଦ୍ୟୁତ ଉପକରଣ ଏବଂ ପରିମଳ ବ୍ୟବସ୍ଥା ଇତ୍ୟାଦି ଉପଯୁକ୍ତ ଅଛିକି ନାହିଁ ଅନୁଧ୍ୟାନ କରି ଯଦି କିଛି ସମସ୍ୟା ଥାଏ ତେବେ ସେ ଦିଗରେ ତୁରନ୍ତ ଯଥାଯଥ ପଦକ୍ଷେପ ନେଇ ସମାଧାନ କରିବା ପାଇଁ ସରକାରଙ୍କ ତରଫରୁ ନିର୍ଦେଶ ଜାରି କରାଯାଇଛି |