Onn 3

ପ୍ରତିଶ୍ରୁତିରେ ବନ୍ଧା ଆଗରପଡ଼ାର ବିକାଶ, ମୌଳିକ ସୁବିଧାରୁ ବଂଚିତ ଆଗରପଡ଼ାବାସୀ

State

ଆଗରପଡ଼ା: ସ୍ୱାଧିନତାର ୭୫ ବର୍ଷପରେ ମଧ୍ୟ ଅନେକ ମୌଳିକ ସମସ୍ୟାରୁ ବର୍ତ୍ତି ପାରି ନାହାନ୍ତି ଅଂଚଳବାସୀ । ଏହି ସ୍ଥାନ ଏକ େଏ÷ତିହାସିକ ସ୍ଥାନ ହୋଇଥିଲେ ସୁଦ୍ଧା ଉକ୍ତ ପବିତ୍ର ସ୍ଥାନର ସମସ୍ୟାକୁ ଦୂର କରିବା ପାଇଁ କାହାରି ଆନ୍ତରୀକତା ଥିବା ପରି ମନେ ହେଉ ନାହିଁ । ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟ ଜଳଯୋଗାଣ ଓ ଗମନାଗମନ ପରି ଅତି ଗୁରୁତ୍ୱପୂର୍ଣ୍ଣ ସେବା ଗୁଡ଼ିକ ଲୋକମାନେ ଠିକ୍ ଭାବେ ପାଇବାରୁ ବଞ୍ôଚତ ହୋଇଆସୁଛନ୍ତି । କେବଳ ପ୍ରତିଶ୍ରୁତିରେ ବନ୍ଧା ପଡ଼ିଛି ଆଗରପଡ଼ାର ବିକାଶ । ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପରି ଅତି ଗୁରୁତ୍ୱପୂର୍ଣ୍ଣ ସେବା ଗୁଡ଼ିକ ଲୋକମାନେ ଠିକ୍ ଭାବେ ପାଇବାରୁ ବଞ୍ôଚତ ହୋଇଆସୁଛନ୍ତି । ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ଏହି ଅଂଚଳର ମାନ କମିବାରେ ଲାଗିଛି । ଆଗରପଡ଼ା କଲେଜ,ମହିଳା କଲେଜ,ବିଏଡ଼୍ କଲେଜ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର,୫-ଟି ରୁପାନ୍ତରିତ ସରକାରୀ ବାଳିକା ହାଇସ୍କୁଲ,୫-ଟି ରୁପାନ୍ତରିତ କୃଷ୍ଣଚରଣ ବିଦ୍ୟାବନ୍ଦିର ପରି ଶତାଧିକ ଶିକ୍ଷାନୁଷ୍ଠାନ ଏଠାରେ ରହିଥିଲେ ସୁଦ୍ଧା ପ୍ରାୟ ସମସ୍ତ ଅନୁଷ୍ଠାନରେ ଶିକ୍ଷକ ମାନଙ୍କ ଅଭାବ ପରିଲିକ୍ଷିତ ହେବାସହ ୫-ଟିର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଆଗରପଡ଼ା ମହାବିଦ୍ୟାଳୟରେ ଗୋଟିଏ ଗୋଟିଏ ବିଭାଗ ଠିକା ଅଧ୍ୟାପକଙ୍କ ଦ୍ୱାରା ଚାଲିଥିବା ବେଳେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ମଧ୍ୟ ଭଡ଼ାରେ ଶିକ୍ଷା ଦାନ ଚାଲିଥିବାର ଅଭିଯୋଗ ହେଉଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ଏହି ଅଂଚଳ ଓ ଏହାର ଆଖପାଖରେ ଥିବା ପ୍ରାଥମିକ ସ୍କୁଲ ଗୁଡି଼କର ପରିବେଶ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିକ୍ଷକ ଅବସ୍ଥାନରେ ତାଳମେଳ ନଥିବାରୁ ଏହା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ । ଏଠାରେ ଅବସ୍ଥିତ ବ୍ଲକର ଏକମାତ୍ର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସବୁବେଳେ ଡ଼ାକ୍ତରମାନଙ୍କ ସମସ୍ୟା ରହିଆସିଛି । କେଉଁଝର,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଅଧିକାଂଶ ପଞ୍ଚାୟତବାସୀ ସ୍ୱାସ୍ଥ୍ୟସେବା ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ପ୍ରତିଦିନ ଶତାଧିକ ରୋଗୀ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିଲେ ସୁଦ୍ଧା ଡ଼ାକ୍ତର ମାନଙ୍କ ଅଭାବରୁ ଚିକିସିôତ ହୋଇପାରୁ ନାହାଁନ୍ତି । ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏଫଆରୟୁ ମାନ୍ୟତା ପାଇଥିବାରୁ ୩୨ଟି ରୋଗୀ ଶଯ୍ୟା ଥିବା ବଦଳରେ ୧୬ଟି ରହିଛି । କୈାଣସି ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ହୋଇପାରୁ ନଥିବାରୁ ଏହାର ପ୍ରଭାବ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ପଡ଼ୁଛି । ୩ଟି ଜିଲ୍ଲାକୁ ସଂଯୋଗ କରୁଥିବାରୁ ଆଗରପଡ଼ା ଦେଇ ଅନେକ ଯାତ୍ରୀବାହୀ ବସ୍ ଚଳାଚଳ କରୁଥିବା ସ୍ଥଳେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବସ୍ ଷ୍ଟାଣ୍ଡ, ବିଶ୍ରାମାଗାର କାଗଜ କଲମରେ ସୀମିତ ହୋଇ ରହିଯାଇଛିି ।

ସେହିପରି ମଧ୍ୟ ଆଜି ପର୍ଯ୍ୟନ୍ତ ଆଗରପଡ଼ାରୁ ଭଦ୍ରକ ପରି ବ୍ୟସ୍ତବହୁଳ ରାସ୍ତାର ସ୍ଥାୟୀ ମରାମତି ହେଉନଥିବାରୁ ଏହା ମରଣଯନ୍ତା ପାଲଟିଛି । ଆବଶ୍ୟକୀୟ ଭିତ୍ତି ଭୂମି ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରାଣୀ ଚିକିତ୍ସା ଓ ଡ଼ାକ ସେବା କ୍ଷେତ୍ରରେ ନାନାଦି ସମସ୍ୟା ସୃଷ୍ଟି ହେଉଛି । ୨୦୧୪ ମସିହାରୁ ସାଳନ୍ଦୀ ନଦୀ ଉପରେ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ନିର୍ମିତ ବିଜୁସେତୁ ଆଜିପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନଥିବା ବେଳେ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳଯୋଗାଣ ପ୍ରକଳ୍ପ ଏଠାରେ ସଂପୂର୍ଣ୍ଣ ଫେଲ ମାରିଛି । ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଏଠାକୁ ଆସୁଛନ୍ତି ଓ ବିଧାୟକଙ୍କ ସମେତ ସେମାନେ ମଧ୍ୟ ପ୍ରତିଶ୍ରୁତିମାନ ଦେଉଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ପାଇଁ ଏହା କେବଳ ପ୍ରତିଶ୍ରୁତିରେ ରହିଯାଉଛି । ଯେପରି ଆଗରପଡ଼ାକୁ ଏନଏସି ମାନ୍ୟତା, ଭଡ଼ାରେ ଚାଲିଥିବା ଡ଼ାକଘରର ନିଜସ୍ୱ ଗୃହ,ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ପ୍ରସଙ୍ଗ । ଏହିପରି ନାନାଦି ସମସ୍ୟା ମଧ୍ୟଦେଇ ଆଗରପଡ଼ା ଓ ତା ଆଖପାଖ ଅଂଚଳବାସୀ ଗତି କରୁଛନ୍ତି । ତେଣୁ ଉକ୍ତ ଅଂଚଳରେ ଲାଗିରହିଥିବା ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଆଗରପଡ଼ା ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି ।