Onn 3

ପାନ ଦୋକାନରୁ ବିଦେଶୀ ମଦ ଜବତ କଲା ପୋଲିସ

Crime State

ନିଶ୍ଚିନ୍ତକୋଇଲି : ଆଜି ନିଶ୍ଚିନ୍ତକୋଇଲି ବ୍ଳକ ବାବୁଜଙ୍ଗ ଗ୍ରାମପଂଚାୟତ ସରପଂଚଙ୍କ ଘର ସମ୍ମୁଖରେ ଥିବା ଏକ ପାନ ଦୋକାନ ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବାବୁଜଙ୍ଗ ଗ୍ରାମର କିଶୋର ଭୂୟାଁ ସ୍ଥାନୀୟ ସରପଂଚଙ୍କ ଘର ସମ୍ମୁଖରେ ଦୀର୍ଘ ବର୍ଷ ହେଲା ହେଲା ଏକ ପାନ ଦୋକାନ ଖୋଲି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ ।

ତେବେ କିଶୋର ନାମକୁ ମାତ୍ର ପାନ ଦୋକାନ ଖୋଲି ଭିତରେ ଅବାଧରେ ବିଦେଶୀ ମଦ ବିକ୍ରୟ କରିଆସୁଥିଲେ । ଏଥିନିମନ୍ତେ ରାଜନୈତିକ ସ୍ତରରେ ତାଙ୍କୁ ସୁରକ୍ଷା ଓ ସମର୍ଥନ ଦିଆଯାଇ ଆସୁଥିଲା । ଗାଁରେ ଅବାଧରେ ମଦ କାରବାର ଯୋଗୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ହେବା ସହ ଅପରାଧ ଚରମସୀମାରେ ପହଂଚିଥିଲା । ଏସମ୍ପର୍କରେ ସ୍ଥାନୀୟ ଲୋକେ କିଶନନଗର ଥାନା ପୋଲିସକୁ ସୂଚନା ପ୍ରଦାନ କରିଥିଲେ ।

ସୂଚନା ପାଇ ଆଜି କିଶନନଗର ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଅଚାନକ ଏହି ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିଲେ । ତେବେ ପୋଲିସ ଉପରେ ରାଜନୈତିକ ଚାପ ପଡିବା କାରଣରୁ ପୋଲିସ ସମ୍ପୃକ୍ତ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିବା ପରିବର୍ତେ ଛାଡି ଦେଇଥିବାର ସାଧାରଣରେ ଅଭିଯୋଗ ହୋଇଛି । ଏହି ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।