Onn 3

ସମାଜସେବୀଙ୍କ ସ୍ମୃତି ଚାରଣ ସଭା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଜମରା ଗ୍ରାମପଂଚାୟତ ବିଷମପଡା ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗଜେନ୍ଦ୍ର ମହାପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ମୃତି ଚାରଣ ସଭାରେ ଶିକ୍ଷାବିତ ବଟକୃଷ୍ଣ ସ୍ୱାଇଁ, ପ୍ରାକ୍ତନ ସମିତି ସଭ୍ୟ ପ୍ରହଲ୍ଲାଦ ସେଠୀ, ପୂର୍ବତନ ସରପଂଚ ରାଜେନ୍ଦ୍ର କୁମାର ଲେଙ୍କା, ରମେଶ ଚନ୍ଦ୍ର ସ୍ୱାଇଁ,ପ୍ରାକ୍ତନ ଅଧ୍ୟାପକ ପ୍ରତାପ ଚନ୍ଦ୍ର ମହାନ୍ତି, ଗୌରାଙ୍ଗ ମହାପାତ୍ର ,ପଦ୍ମଲାଭ ମହାପାତ୍ର, ସମାଜସେବୀ ବ୍ରଜମୋହନ ପଣ୍ଡା, ପ୍ରଶାନ୍ତ ମହାପାତ୍ର, ସୁଶାନ୍ତ ମହାପାତ୍ର, ଦ୍ୱାରିକା ମହାପାତ୍ର, ଶିବ ପ୍ରସାଦ ମହାପାତ୍ର, ପ୍ରଦିପ ମହାପାତ୍ର, ଉଚ୍ଛବ ମହାପାତ୍ର, ରମାକାନ୍ତ ବେହେରା, ହରଚଣ୍ଡି ବରିଷ୍ଠ ନାଗରିକ ମଂଚର ସଭାପତି ଶରତ ଦାସ,କୈଳାସ ଚନ୍ଦ୍ର ବଳ, ଶରତ ଚନ୍ଦ୍ର ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ବହୁମୁଖି ପ୍ରତିଭା ସମ୍ପର୍କରେ ଗଭୀରଭାବେ ଆଲୋକପାତ କରିଥିଲେ ।