Onn 3

ପୂରଣ ହେବ ଖାଲି ପଡ଼ିଥିବା ୧୦୬୫ ଅଧ୍ୟାପକ ପଦବୀ

State

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବେସରକାରୀ ଏଡେଡ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ଖାଲିଥିବା ୧୦୬୫ ପଦବୀ (ସିଧାସଳଖ ପେମେଣ୍ଟ ପୋଷ୍ଟ) ପୂରଣ କରାଯିବ । ଏଥି ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗର ଚୟନ ବୋର୍ଡ ପକ୍ଷଣଉ ଜାରି ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ ପଞ୍ଜୀକରଣ ଏବଂ ପରୀକ୍ଷା ଫି ଅନଲାଇନରେ କରିବାକୁ ପଡି । ଆଶାୟୀ ପ୍ରାର୍ଥୀ ସେପ୍ଟେମ୍ବର ୧୧ ସୋମବାର ଅପରାହ୍ନ 1 ଟାରୁ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ୱେବସାଇଟ www.ssbodisha.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ରହିଛି ଅକ୍ଟୋବର ୧୩ ତାରିଖ । ଅକ୍ଟୋବାର ୧୩ ତାରିଖ ୧୧ଟା ୪୫ପରେ ଏହା ବନ୍ଦ ହୋଇଯିବ। ଆବେଦନପତ୍ର ଦାଖଲ କରିବାର ଅନ୍ୟ କୌଣସି ମାଧ୍ୟମ ଗ୍ରହଣ କରାଯିବ ନାହିଁ ବୋଲି ଏଥିରେ କୁହାଯାଇଛି।