ସନ୍ଧ୍ୟାରାଣୀ ବ୍ଲକ ପରିସରରେ ଥିବା ସରକାରୀ କୋଠାରେ ରହୁଥିଲେ। ଦଶହରା ଛୁଟିରେ ସମସ୍ତ କର୍ମଚାରୀ ଛୁଟିରେ ଘରକୁ ଯାଇଥିଲେ। ହେଲେ ସନ୍ଧ୍ୟାରାଣୀ ଘରକୁ ନ ଯାଇ ନିଜ କ୍ୱାର୍ଟର୍ସରେ ରହିଥିଲେ। ସମସ୍ତ କର୍ମଚାରୀ ଛୁଟି ସାରି ପୁଣି କ୍ୱାର୍ଟର୍ସକୁ ଫେରିଥିଲେ। ଗତକାଲି ଜଣେ କର୍ମଚାରୀ ସନ୍ଧ୍ୟାରାଣୀଙ୍କ ଘର କବାଟ ପାଖରୁ ଦୃର୍ଗନ୍ଧ ବାହାରୁଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ତାଙ୍କ ମନରେ ସନ୍ଦେହ ହୋଇଥିଲେ। ସେ ଏ ବାବଦରେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ପହଞ୍ଚି କବାଟ ବାଡ଼େଇଥିଲେ ମଧ୍ୟ କେହି ଖୋଲି ନଥିଲେ। ପରେ ପୁଲିସ କବାଟ ତାଡ଼ି ଭିତରକୁ ପଶିଥିଲା। ସନ୍ଧ୍ୟାରାଣୀଙ୍କ ଝୁଲନ୍ତା ମୃତଦେହକୁ ଘରୁ ଉଦ୍ଧାର କରିଥିଲା। ଘଟଣାସମ୍ପର୍କରେ ସନ୍ଧ୍ୟାରାଣୀଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ତେବେ ସନ୍ଧ୍ୟାରାଣୀ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାର ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧ୍ୟାରାଣୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।