Onn 3

କ୍ରାଇମବ୍ରାଞ୍ଚ ଚାର୍ଜସିଟ ଏକ ରଦ୍ଦି କାଗଜ: ସୁରେଶ ପୂଜାରୀ

Politics State

ସମ୍ବଲପୁର: ନବ ଦାସ ହତ୍ୟା ମାମଲାରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ମୁଖ୍ୟ ଅଭିଯୁକ୍ତ ବୋଲି ସାବ୍ୟସ୍ତ କରି ସେହିଠାରେ ହିଁ ତଦନ୍ତ ସାରି ଦେଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୫୦୦ ପୃଷ୍ଠାର ଚାର୍ଜସିଟକୁ ନେଇ ଏମିତି ପ୍ରତିକ୍ରିୟା ରଖିଛି ବିଜେପି ।

କ୍ରାଇମ ବ୍ରାଞ୍ଚର ଚାର୍ଜସିଟକୁ ନେଇ ବର୍ଷିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ସେ କହିଛନ୍ତି, ଚାର୍ଜସିଟରେ  ଅନେକ ଅସମାହିତ ପ୍ରଶ୍ନ ରହି ଯାଇଛି । ଗୋପାଳ ପାଗଳ ସତ୍ତ୍ଵେ  ତାକୁ ରିଭଲଭର କେମିତି ଇସ୍ୟୁ କରାଯାଇଥିଲା ? ରିଭଲଭରରେ ୧୮ ରାଉଣ୍ଡ ଗୁଳି ଥିଲା, ବନ୍ଧୁକରେ ୬ ଓ ବାହାରେ ୧୨ ରାଉଣ୍ଡ ଗୁଳିଥିଲା । ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା ?ଗୋପାଳ ସହ କାହାର ସମ୍ପର୍କ ଥିଲା, କାହା ଦ୍ୱାରା ପ୍ରେରିତ ହୋଇଥିଲା ଏକଥା ବି ଚାର୍ଜସିଟରେ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ  ।

ଗୋପଳର ୭ ଦିନ ପୂର୍ବର କଲ ରେକର୍ଡ ଯାଞ୍ଚ ହୋଇଛି କି ନାହିଁ ? ଯଦି ହୋଇଛି କ’ଣ ରହିଛି ଏହି କଲରେ ?  ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚ ପାଇଥିଲା ନାଲି ଅକ୍ଷରରେ ଲେଖା କାଗଜ । ଏଥିରେ କ’ଣ ଲେଖିଥିଲା ଗୋପାଳ ? ତାହା ମଧ୍ୟ ଉଲ୍ଲେଖ ନ ଥିବା କହିଛନ୍ତି ସାଂସଦ ସୁରେଶ ପୂଜାରୀ ।

କ୍ରାଇମ ବ୍ରାଞ୍ଚର ତଦନ୍ତ ଆରମ୍ଭରୁ ହୋଇଛି ବାଟବଣା । ଏଥିରେ  ହତ୍ୟାର ମୋଟିଭ୍ ବାହାର କରପାରିନି କ୍ରାଇମବ୍ରାଞ୍ଚ  । ଏପରିକି ହତ୍ୟା ନେଇ ପ୍ରମାଣିତ କରିବାରେ ତଥ୍ୟ ସଂଗ୍ରହରେ ବିଫଳ ହୋଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ଚାର୍ଜସିଟ୍‌ରେ ଥିବା ତଥ୍ୟ ଦୋଷୀ ସାବ୍ୟସ୍ତ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ଗୋପାଳ ସହ କାହାର ସମ୍ପର୍କ ଥିଲା, କାହା ଦ୍ୱାରା ପ୍ରେରିତ ହୋଇଥିଲା ଏହା ସ୍ପଷ୍ଟ ହୋଇନି ।

ନବଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡେ । ବନ୍ଧୁକରୁ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟରେ ନାହିଁ । ଯେଉଁ ଗୁଳି ନବଦାସଙ୍କ ଦେହରେ ବାଜିଥିଲା ତାକୁ ଏପର୍ୟ୍ୟନ୍ତ ଖୋଜି ପାଇନି ପୋଲିସ । ଗାଡିକୁ ତୁରନ୍ତ ଜବତ କରିଥିଲେ ଗୁଳି କୁଆଡେ ଗଲା ତାହା ସବୁଠୁ ବଡ ପ୍ରଶ୍ନବାଚୀ ।ଏପରିକି ଏହି ହତ୍ୟାକାଣ୍ଡ ଘଟଣାରେ ୧୦୦ ଜଣ ସାକ୍ଷୀ ରହିଥିବାବେଳେ ୯୦ ଟି ଡକୁମେଣ୍ଟ ଚାର୍ଜସିଟରେ ଦାଖଲ ହୋଇଛି । ସାଂସଦ ପୂଜାରୀ କହିଛନ୍ତି, କ୍ରାଇମବ୍ରାଞ୍ଚ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ । ଏହା ଏକ ରଦ୍ଦି କାଗଜ ।