Onn 3

ଓଡ଼ିଶା-ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Crime State

ମାଲକାନଗିରି: ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମାଓ ସାମଗ୍ରୀକୁ ମିଳିଥିବା ନେଇ ମାଲକାନଗିରି ଏସପି ନିତିଶ୍ ୱାଧୱାନୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ପୁଲିସ ଓ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନ ଚାଲୁରହିଛି। ଗତ ୨୯ ତାରିଖ ଅପରାହ୍ନ ୫ଟା ୧୫ ମିନିଟରେ ଜୋଡାମ୍ବ ଥାନା ଅନ୍ତର୍ଗତ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଡାବୁଗୁଡା ଓ ଅରଙ୍ଗିପଡା ଗ୍ରାମର ଜଙ୍ଗଲରେ ବିପୁଳ ପରିମାଣରେ ମାଓସାମଗ୍ରୀ ରହିଥିଲା।

ଯବାନାମାନେ ତାହାକୁ ଜବତ କରିଥିବା ବେଳେ କ‌ୌଣସି ମାଓବାଦୀକୁ ଗିରଫ କରିପାରିନଥିଲେ। ଘଟଣାସ୍ଥଳରୁ ୨ଟି ଦେଶୀ ବନ୍ଧୁକ, ୧୨ଟି ବୋର ଏମୁନେସନ, ଗୋଟିଏ ଏସଏଲଆର ଏମୁନେସନ, ୧୦ ମିଟର ତାର, ଦୁଇଟି ଗ୍ରାନାଇଡ୍, ୪କୋଲିଗ୍ରାମର ଆଇଇଡି ଓ ୨ କିଲୋ ଗ୍ରାମର ଆଇଇଡି ବୋମା, ଗୋଟିଏ ଟିଫିନ୍ ବୋମା, ୫୫ଟି ଜିଲେଟିନ ଷ୍ଟିକ୍, ୨ କିଲୋଗ୍ରାମ ବ‌ିସ୍ଫୋରକ, ଖାଲି ଟିଫିନ୍, ବ୍ୟାଟେରୀ, ରିମୋଟ୍, ମୋବାଇଲ ଚାର୍ଜର, ଡିଭିଡି ‌ପ୍ଲେଟ, ଔଷଧ, ସାହିତ୍ୟ, ପୋଷାକ ସମେତ ପୁରୁଷ ଓ ମହିଳା ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ସହିତ ୬୨ ପ୍ରକାରର ସାମଗ୍ରୀ ଜବତ କରିଛନ୍ତି।